ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ

Published By : Prameya-News7 Bureau | October 28, 2020 IST

ପାଟନା ୨୮।୧୦: ପ୍ରଚାର ସରିଛି, ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ । ୧୬ ଟି ଜିଲ୍ଲାର ୭୧ ଟି ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କରୋନା କଟକଣା ମଧ୍ୟରେ ଦେଶରେ ଏହା ପ୍ରଥମ ନିର୍ବାଚନ । ତେଣୁ ନିର୍ବାଚନ କମିଶନଙ୍କ ପକ୍ଷରୁ କଡ଼ା ସଚେତନତା ପଦକ୍ଷେପ ମଧ୍ୟ ନିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୧୬ ଟି ଜିଲ୍ଲାର ୭୧ ଟି ଆସନରେ ନିର୍ବାଚନ ହେବ ।  ମୋଟ୍ ୧ ହଜାର ୬୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨ କୋଟି ୧୪ ଲକ୍ଷରୁ ଅଧିକ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍ ରାମ ମାଂଝିଙ୍କ ସମେତ ପ୍ରେମ୍ କୁମାର, ରାମନାରାୟଣ ମଣ୍ଡଳ, ଜୟ କୁମାର ସିଂହ, କ୍ରିଷ୍ଣା ନନ୍ଦନ ବର୍ମା, ଶୈଳେଶ କୁମାର, ସନ୍ତୋଷ ନିରାଲା, ବିଜୟ କୁମାର ସିଂହ୍ନା ଓ ବ୍ରିଜ୍ କିଶୋର ବିନ୍ଦଙ୍କ ଭଳି ୮ ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କର ଏହି ପର୍ଯ୍ୟାୟରେ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି ।

wp:html /wp:html

ବିଭିନ୍ନ ଦଳର ତୁଙ୍ଗ ନେତାମାନେ ଭୋଟରଙ୍କୁ ଆତ୍କୃଷ୍ଟ କରିବା ଲାଗି ଜୋରସୋରରେ ପ୍ରଚାର ମଧ୍ୟ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଅଧିକାଂଶ ନିର୍ବାଚନ ମଣ୍ଡଳୀ ନକ୍ସଲ ଉପଦ୍ରୁତ ଅଞ୍ଚଳ ଓ ନିରାପତ୍ତା ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳରେ ପଡୁଛି । ଏସବୁ ନଜର ଉପରେ ସୁରକ୍ଷା ଉପରେ ଅଧିକ ଫୋକସ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.