Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପ୍ରଚାର ଶେଷ, ଆସନ୍ତାକାଲି ବିହାରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ; ୭୧ଟି ଆସନରେ ହେବ ଭୋଟ୍ ଗ୍ରହଣ

27/10/2020 at 8:50 AM

ପାଟନା ୨୭।୧୦: ପ୍ରଚାର ସରିଛି, ଆସନ୍ତାକାଲି ବିହାରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ।  ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୧୬ଟି ଜିଲ୍ଲାର ୭୧ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ । ଏଥିପାଇଁ ଗତ ସନ୍ଧ୍ୟାରେ ଏଥିପାଇଁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି।

ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ଭୋଟରମାନଙ୍କୁ ଆତ୍କୃଷ୍ଟ କରିବା ଲାଗି ଶେଷ ଉଦ୍ୟମ କରିଛନ୍ତି। ଏହି ପର୍ଯ୍ୟାୟରେ ଭୋଟ୍ ନିଆଯାଉଥିବା ଅଧିକାଂଶ ନିର୍ବାଚନ ମଣ୍ଡଳୀ ନକ୍ସଲ ଉପଦ୍ରୁତ ଅଞ୍ଚଳ ଓ ନିରାପତ୍ତା ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳରେ ପଡ଼ୁଛି।

 ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧ହଜାର ୬୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପର୍ଯ୍ୟାୟରେ ୨ କୋଟି ୧୪ ଲକ୍ଷରୁ ଅଧିକ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏହି ପର୍ୟାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍ ରାମ ମାଂଝିଙ୍କ ସମେତ ପ୍ରେମ୍ କୁମାର, ରାମନାରାୟଣ ମଣ୍ଡଳ, ଜୟ କୁମାର ସିଂହ, କ୍ରିଷ୍ଣା ନନ୍ଦନ ବର୍ମା, ଶୈଳେଶ କୁମାର, ସନ୍ତୋଷ ନିରାଲା, ବିଜୟ କୁମାର ସିଂହ୍ନା ଓ ବ୍ରିଜ୍ କିଶୋର ବିନ୍ଦଙ୍କ ଭଳି ୮ ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କର ଏହି ପର୍ଯ୍ୟାୟରେ ରାଜନୈତିକ ଭାଗ୍ୟ ନିର୍ଦ୍ଧାରିତ ହେବ । ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି ।

   Related Posts