Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

କରୋନା ଆତଙ୍କ: ଭ୍ୟାକସିନର ପ୍ରଥମ ପରୀକ୍ଷଣ କଲା ଆମେରିକା, ବଦଳରେ ଦେଉଛି ୧୦୦ ଡଲାର

17/03/2020 at 9:42 PM

ଓ୍ଵାଶିଂଟନ ୧୭।୦୩: ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁର ନୀରାକରଣ ଲାଗି ଅନେକ ଦେଶରେ ବୈଜ୍ଞାନିକ ଗବେଷଣା ଚଳାଇଛନ୍ତି। ଅଦ୍ୟାବଧି ଏହାର ଟୀକା ବାହାରି ନାହିଁ। ସଂପ୍ରତି ଅନେକ ପ୍ରକାର ଔଷଧକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉଛି। ଏହି କ୍ରମରେ ଆମେରିକା କରୋନା ଭୂତାଣୁ ପାଇଁ ପ୍ରସ୍ତୁତ କରାଯାଉଥିବା ଭ୍ୟାକସିନର ପ୍ରଥମ ପରୀକ୍ଷଣ ଓ୍ଵାଶିଂଟନର ସିଏଟଲ ସହରରେ ଜଣେ ସ୍ଥାନୀୟ ମହିଳାଙ୍କ ଶରୀରରେ କରିଛି। ଉକ୍ତ ମହିଳାଙ୍କ ନାମ ଜେନିଫର ହଲର(୪୩)।

ଏଠାକାର ପି ଓ୍ଵାଶିଂଟନ ରିସର୍ଚ୍ଚ ଇନଷ୍ଟିଚ୍ୟୁୟଟ୍‌ର  ବୈଜ୍ଞାନିକ ଓ ସ୍ଵାସ୍ଥ୍ୟ ବିଶେଷଜ୍ଞ ବହୁତ ସାବଧାନପୂର୍ବକ ଦୃଢ ମନୋବଳ ଥିବା ଚାରି ଜଣ ବ୍ୟକ୍ତିଙ୍କୁ ନୂତନ ଟୀକାର ପରୀକ୍ଷଣ ପାଇଁ ଚୟନ କରିଛି। ଏଥିରୁ ପ୍ରଥମ ବ୍ୟକ୍ତି ହେଉଛନ୍ତି ଜେନିଫର ହଲର। ତାଙ୍କର ଦୁଇଟି ଶିଶୁ ଅଛନ୍ତି। ଭ୍ୟାକସିନ ପରୀକ୍ଷଣର ପ୍ରଥମ ଇଞ୍ଜେକ୍ସନ ନେବା ପରେ ଜେନିଫର ବହୁତ ଖୁସି ପ୍ରକାଶ କରି କହିଛନ୍ତି ଯେ, ତାଙ୍କୁ ବହୁତ ଭଲ ଲାଗୁଛି। ଏହି ଅଧ୍ୟୟନ ଓ ଗବେଷଣା ଦଳର ଲିଡର ହେଉଛନ୍ତି ଲିଜା ଜ୍ୟାକ୍ସନ।

ଏହି ଅବସରରେ ଯେ କେହି ଚାହୁଁଛନ୍ତି ଯେ, ଏହି ଜରୁରୀକାଳୀନ ସ୍ଥିତିର ମୁକାବିଲା ଲାଗି କଣ କରାଯାଇ ପାରିବ। ଜେନିଫର ସିଏଟଲରରେ ଏକ ଟେକ୍ କମ୍ପାନୀର ଅପରେସନ ମ୍ୟାନେଜର। ଏହା ବ୍ୟତୀତ ଆହୁରି ତିନି ଜଣଙ୍କୁ ଇଞ୍ଜେକ୍ସନ ଦେବା ବାକି ରହିଛି। ଏହା ସହିତ ଆହୁରି ୪୫ ଜଣଙ୍କୁ ଏହି ଭ୍ୟାକସିନ ଦେବାକୁ ଯୋଜନା କରାଯାଉଛି। ଆଉ ଗୋଟିଏ ମାସ ପରେ ଆଉ ଦୁଇଟି ଡୋଜ୍ ଦିଆଯିବ ବୋଲି ବିଶେଷଜ୍ଞ ଦଳ କହିଛନ୍ତି। ଏହି ପରୀକ୍ଷଣ ଲାଗି ୧୮ ରୁ ୫୫ ବର୍ଷ ମଧ୍ୟରେ ଏମିତି ଲୋକଙ୍କୁ ଚୟନ କରାଯାଇଛି, ଯିଏ ଭିତରୁ ମଜବୁତ ଥିବେ ଏବଂ ଭ୍ୟାକସିନର କଡା ଡୋଜ୍‌କୁ ସହ୍ୟ କରି ପାରିବେ। ବଦଳରେ ସେମାନଙ୍କୁ ୧୦୦ ଡଲାର ଦିଆଯାଉଛି।

ବ୍ରଥଲରେ ରହୁଥିବା ଜଣେ ୪୬ ବର୍ଷୀୟ ନୀଲ ବ୍ରାଉନିଂ ମଧ୍ୟ ଜଣେ ମାଇକ୍ରୋସଫ୍ଟ ନେଟଓ୍ଵର୍କ ଇଞ୍ଜିନିୟର। ସେ ଏହି ପରୀକ୍ଷଣ ଦଳର ସଦସ୍ୟ ଅଟନ୍ତି। ତାଙ୍କର କହିବା କଥା ତାଙ୍କ ଝିଅ ଏହି ପରି ସାମାଜିକ କାମ ପାଇଁ ତାଙ୍କୁ ପ୍ରୋତ୍ସାହିତ କରିଥାଏ ଏବଂ ନିଜକୁ ଗର୍ବ ଅନୁଭବ କରିଥାଏ।

ୟୁଏସ ନ୍ୟାସନାଲ ଇନଷ୍ଟିଚ୍ୟୁୟଟ ଅଫ ହେଲ୍‌ଥର ଡ. ଏନ୍ଥନୀ ଫସିଙ୍କ କହିବା କଥା ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ଆଗାମୀ ୧୨ ରୁ ୧୮ ମାସ ପରେ ଏହି ଭ୍ୟାକସିନକୁ ସମଗ୍ର ଦୁନିଆରେ ବ୍ୟବହାର କରାଯିବ।

ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପରୀକ୍ଷଣରେ ଆଶା ପ୍ରକାଶ କରି କହିଛନ୍ତି ଯେ, ଜୁଲାଇ ସୁଦ୍ଧା ଆମେରିକା କରୋନା ମୁକ୍ତ  ହୋଇଯିବ। ସେ ଏହାର ଶ୍ରେୟ ନେବାକୁ ମଧ୍ୟ ଚେଷ୍ଟା କରି କହିଛନ୍ତି ଯେ, ଆମେରିକାର ଏହି ମାରାତ୍ମକ ଭୂତାଣୁର ପ୍ରଥମ ଭ୍ୟାକସିନ ଏତେ କମ ସମୟରେ ପ୍ରସ୍ତୁତ ହୋଇଯିବ।

ଉଲ୍ଲେଖଯୋଗ୍ୟ, ସଂପ୍ରତି ଦୁନିଆର ସମସ୍ତ ଦେଶରେ କରୋନା ଭ୍ୟାକସିନ ଉପରେ ଗବେଷଣା ଜାରି ରହିଛି। ଅନେକ ଗବେଷଣା ପ୍ରତିଷ୍ଠାନ  ଏହା ଉପରେ କାମ  ଚଳାଇଛନ୍ତି। ଆମେରିକା, ଚୀନ ଓ ଦକ୍ଷିଣ କୋରିଆରେ ମଧ୍ୟ ଆଗାମୀ ମାସ ସୁଦ୍ଧା ଏମିତି ଭ୍ୟାକସିନ ପ୍ରସ୍ତୁତ ହେବାର ସମ୍ଭାବନା ରହିଛି। ଏହି ଭ୍ୟାକସିନକୁ ଫାର୍ମାସ୍ୟୁଟିକଲ୍ସ ପ୍ରସ୍ତୁତ କରୁଛି।

   Related Posts