୧୦ ଜାନୁୟାରୀ, ବର୍ଷର ପ୍ରଥମ ଉପଛାୟା ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଦେଶଦୁନିଆ ଉପରେ କିପରି ରହିବ ପ୍ରଭାବ
6/01/2020 at 7:52 PM

୧୦ ଜାନୁୟାରୀରେ ପୁଣି ଘଟିବାକୁ ଯାଉଛି ମହାକାଶୀୟ ଘଟଣା। ହେବାକୁ ବର୍ଷର ପ୍ରଥମ ଉପଛାୟା (ପନୁମବ୍ରଲ) ଚନ୍ଦ୍ରଗ୍ରହଣ। ଏହି ଗ୍ରହଣ ଓଡିଶାକୁ ମଧ୍ୟ ଦୃଶ୍ୟମାନ ହେବ। ତେବେ ଶାସ୍ତ୍ରାନୁସାରେ ଏହା ଛାୟା ଗ୍ରହଣ ହୋଇଥିବାରୁ ରାଜ୍ୟରେ ତାହା ପାଳନୀୟ ହେବନାହିଁ। ଏଥିଲାଗି ହାଣ୍ଡିଛାଡ ହେବନି କି ଦେଶନୀତି ନିଷେଧ ହେବନି। ହେଲେ ଅନ୍ୟ ଗ୍ରହଣ ଓ ପରାଗ ଭଳି ଏହାର ମଧ୍ୟ ଦେଶଦୁନିଆ ଉପରେ ପ୍ରଭାବ ରହିବ ବୋଲି କୁହନ୍ତି ଜ୍ୟୋତିଷାଚାର୍ଯ୍ୟ। ତେବେ ଆସନ୍ତୁ ଜାଣିବା କିପରି ରହିବ ଗ୍ରହଣର ପ୍ରଭାବ।

ଏହି ଚନ୍ଦ୍ରଗ୍ରହଣ ୧୧ ଜାନୁୟାରୀ ରାତି ୧୦ଟା ୩୮ ମିନିଟ୍ରେ ସ୍ପର୍ଷ ହେଉଥିବା ବେଳେ ରାତ୍ର ୧୨ଟା ୪୦ ଗ୍ରହଣର ମଧ୍ୟ ଓ ରାତି ୨ଟା ୪୦ ମିନିଟ୍ରେ ସର୍ବମୋକ୍ଷ ହେବ। ତେବେ ଉପଛାୟ ଚନ୍ଦ୍ରଗ୍ରହଣ ଯୋଗୁ ହିନ୍ଦୁ ନୀତି ଅନୁସାରେ ଏହା ପାଳନୀୟ ନୁହେଁ ବୋଲି ପଞ୍ଜିକା ଉଲ୍ଲେଖ କରିଥିଲେ ହେଁ ଜ୍ୟୋତିଷୀୟ ଦୃଷ୍ଟିରୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଯାହାର ସିଧା ପ୍ରଭାବ ୟୁରୋପ, ଆଫ୍ରିକା, ଏସିଆ ଓ ଅଷ୍ଟ୍ରେଲିଆର କିଛି ଭାଗ ଉପରେ ରହିବ।

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମିଥୁନ ରାଶିରେ ସଂଗଠିତ ହେବାକୁ ଯାଉଛି। ଏଣୁ ମହିଳାଙ୍କ ଉପରେ ଗ୍ରହଣର ପୁରା ପ୍ରଭାବ ରହିବ ବୋଲି କହିଛନ୍ତି ଜ୍ୟୋତିଷାଚାର୍ଯ୍ୟମାନେ। ଏହି ଗ୍ରହଣ ଯୋଗୁ ଯୁଦ୍ଧ ଘନଘଟା ଆଶଙ୍କା କରାଯାଉଥିବା ବେଳେ ପ୍ରାକୃତିକ ବିପଦର ବି ସଙ୍କେତ ଦେଇଛନ୍ତି ଜ୍ୟୋତିର୍ବିଦ୍।

ଏହି ଗ୍ରହଣ ଭାରତର ଦ୍ୱିତୀୟ ଭାବରେ ହେଉଛି। ଏଣୁ ଦେଶକୁ ବିପୁଳ ଧନହାନୀର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହେବ। ଏହା ଛଡା ଚନ୍ଦ୍ରଗ୍ରହଣର ପ୍ରଭାବ ଧାର୍ମିର ଆସ୍ଥାକୁ ବି ପ୍ରଭାବିତ କରିବ। ଧର୍ମକୁ ନେଇ ବିତ୍ପାତ ହେବାର ଆଶଙ୍କା କରାଯାଉଥିବା ବେଳେ ବହୁବଡ କ୍ଷତିର ଆଶଙ୍କା ଟଳି ନପାରେ।