ଏନସିଆରରେ ଦ୍ୱିତୀୟ ଏୟାରପୋର୍ଟ ଲାଗି ଅପେକ୍ଷାର ଅନ୍ତ , ଏବେ ହିଣ୍ଡନରୁ ଉଡିବ ବିମାନ

Published By : Prameya-News7 Bureau | October 10, 2019 IST

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ଦ୍ୱିତୀୟ  ବିମାନ ବନ୍ଦର ଲାଗି ଲୋକଙ୍କ ଅପେକ୍ଷାର ଅନ୍ତ ହୋଇଛି। ଶୁକ୍ରବାର ଅର୍ଥାତ ଅକ୍ଟୋବର ୧୧ ତାରିଖ ଦିନ ଗାଜିଆବାଦର ହିଣ୍ଡନ ବିମାନ ବନ୍ଦରରୁ ପ୍ରଥମ ଯାତ୍ରୀ ବିମାନ ଉଡାଣର ଉଦଘାଟନ ହେବ। ଏଠାରୁ ପିଥୋରାଗଡ ଲାଗି ପ୍ରଥମ ବିମାନ ଉଡିବ। ଏଣୁ ଦେଶ ଭିତରେ ଗନ୍ତବ୍ୟ ଲାଗି ଏନସିଆରର ଲୋକଙ୍କୁ ଆଉ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଯିବାକୁ ପଡିବ ନାହିଁ।

{"id":168482}

ହେରିଟେଜ୍ ଏଭିଏସନ କମ୍ପାନୀ ଦିଲ୍ଲୀ-ପିଥୋରାଗଡ ବିମାନର ସଞ୍ଚାଳନ କରୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ପିଥୋରାଗଡକୁ ବିମାନ ସେବା ଯୋଗାଇ ଦେଉଥିବା ଏହି କମ୍ପାନୀ ଆଗକୁ ଦିଲ୍ଲୀରୁ ଡେରାଡୁନ, ହୁବଲୀ, ଶିମଲା, ଫୈଜାବାଦ, ଗୁଲବର୍ଗା, ନାସିକ ଓ କୁନ୍ନୁର ସମେତ ଦେଶର ଅନ୍ୟ ଐତିହାସିକ ସ୍ଥଳକୁ ବିମାନ ସେବା ଯୋଗାଇଦେବ ବୋଲି କମ୍ପାନୀର ସିଇଓ ରୋହିତ ମାଥୁର କହିଛନ୍ତି।

{"id":168483}

ଦିଲ୍ଲୀ ଇନ୍ଦିରା ଗାନ୍ଧି ବିମାନ ବନ୍ଦର ଉପରେ ବଢୁଥିବା ଚାପ ହ୍ରାସ ଲାଗି ହିଣ୍ଡନ ବିମାନ ବନ୍ଦର କାର୍ଯ୍ୟ ହାତକୁ ନିଆଯାଇଥିଲା। ତେବେ ପୂର୍ବରୁ ଏହାକୁ  ଭାରତୀୟ ବାୟୁସେନା ବିମାନ ଘାଟି ଭାବେ ବ୍ୟବହାର କରୁଥିଲା। ‘ଉଡାନ’ ଯୋଜନାରେ ଯାତ୍ରୀ ସେବା ଲାଗି ବାୟୁସେନା ଅନୁମତି ଦେବା ପରେ ଏଥିଲାଗି ସ୍ୱତନ୍ତ୍ର ଭାବେ ଏୟାରପୋର୍ଟକୁ  ବିକଶିତ କରାଯାଇଛି। ଏଥିଲାଗି ୨୦୧୬ ମସିହାରେ ପ୍ରଥମେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଏବେ ଏବେ ଦେଶ ଭିତରେ ଲୋକଙ୍କୁବିମାନ ସେବା ଯୋଗାଇ ଦେବାର ସ୍ୱପ୍ନ ପୁରଣ ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.