ବିଶାଖାପାଟଣାରୁ ମହାରାଷ୍ଟ୍ର ଅଭିମୁଖେ ପ୍ରଥମ ଅକ୍ସିଜେନ୍ ଏକ୍ସପ୍ରେସ

Published By : Prameya-News7 Bureau | April 24, 2021 IST

ବିଶାଖାପାଟଣାମ୍ ୨୪/୪: ଅକ୍ସିଜେନ୍ ସଂକଟ ସମୟରେ ଆଶ୍ୱସ୍ତିକର ଖବର । ବିଶାଖାପାଟଣାମରୁ ମହାରାଷ୍ଟ୍ରରେ ଅଭିମୁଖେ ଦେଶର ପ୍ରଥମ ଅକ୍ସିଜେନ୍ ଏକ୍ସପ୍ରେସ । ୩ ଟି ଟ୍ୟାଙ୍କରକୁ ନେଇ ଶୁକ୍ରବାର ଯାତ୍ରା ଆରମ୍ଭ କରିଥିଲା ଏହି ଏକ୍ସପ୍ରେସ୍ । ଆସନ୍ତାକାଲି ଅର୍ଥାତ ରବିବାର ଏକ୍ସପ୍ରେସ ନାସିକ ରୋଡ ଷ୍ଟେସନରେ ପହଞ୍ଚିବ । ଆଜି ନାଗପୁର ରୋଡରେ କିଛି ଟ୍ୟାଙ୍କରକୁ ରଖାଯାଇଥିଲା । ଅବଶିଷ୍ଟ କାଲି ମହାରାଷ୍ଟ୍ରରେ ପହଞ୍ଚିବ ।

କୋଭିଡ ଯୁଦ୍ଧରେ ଭାରତୀୟ ରେଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଭାରତୀୟ ରେଲଓ୍ୱେ  ରୋ ରୋ ସେବା ମାଧ୍ୟମରେ ଏହି ଅକ୍ସିଜେନ୍ ସବୁ ପଠାଯାଉଛି । ସେପଟେ ରେଲୱେ ତରଫରୁ ଚାଲୁଥିବା ସ୍ପେଶାଲ ଅକ୍ସିଜେନ୍ ଭରା ଟ୍ରେନକୁ ଶୀଘ୍ର ପହଞ୍ଚାଇବା ପାଇଁ ଗ୍ରୀନ କରପିଡର ବ୍ୟବସ୍ଥା କରାଯାଇଛି । ଫଳରେ ରାସ୍ତାର କୌଣସି ବାଧା ନହେବ ସେ ସବୁ ସୁବଧି କରାଯାଇଛି ।

ନିକଟରେ ଲକ୍ଷ୍ନୌରୁ ବାରାଣeସୀ ପର୍ଯ୍ୟନ୍ତ ୨୭୦ କିଲୋମିଟର ଯାତ୍ରା ପାଇଁ ୪ ଘଣ୍ଟା ୨୦ ମିନିଟ ସମୟ ଲାଗିବ । ସେସବୁ ଦୃଷ୍ଟିରେ ରଖି ଗ୍ରୀନ କରିଡରର ବ୍ୟବସ୍ଥା ହୋଇଛି । ଟ୍ରେନ ମାଧ୍ୟମରେ ଅକ୍ସିଜେନ୍ ସପ୍ଲାଇ ପରିବହନ ସେବା ତୁଳନାରେ ଯଥେଷ୍ଟ ଅଧିକ । ଗୋଟିଏ ଦିନରେ ଟ୍ରେନ ୨୪ ଘଣ୍ଟା ଯାତ୍ରା କରିପାରିବ କିନ୍ତୁ ଟ୍ରକ୍ ସାହାଯ୍ୟରେ ସେସବୁ ସମ୍ଭବ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.