ଇସ୍ରୋର ପ୍ରଥମ ଓଡିଆ ମହିଳା ବୈଜ୍ଞାନିକ ସୁଷମା ପାଣିଗ୍ରାହୀଙ୍କ ପରଲୋକ

Published By : Prameya-News7 Bureau | May 18, 2020 IST

ଅହମଦାବାଦ, ୧୮|୦୫:   ଓଡ଼ିଶାର ପ୍ରଥମ ମହିଳା  ଇସ୍ରୋ ବୈଜ୍ଞାନିକ ଡକ୍ଟର ସୁଷମା ପାଣିଗ୍ରାହୀଙ୍କର ରବିବାର ମେ ୧୭ ତାରିଖ ଦିନ ଗୁଜୁରାଟର ଅହମଦାବାଦଠାରେ  ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା  । ସେ କ୍ୟାନ୍ସର ରୋଗରେ ପୀଡିତ ଥିଲେ ।  

୧୯୫୨ ମସିହା ଅକ୍ଟୋବର ୧୭ରେ ଗଞ୍ଜାମ ଜିଲ୍ଲା ଆସ୍କା ଠାରେ ଜନ୍ମଗ୍ରହଣ କରିଥିବା ସୁଷମା ୧୯୭୪ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଜୀବବିଜ୍ଞାନରେ ଏମଏସସି କରିଥିବା ବେଳେ ଆଇଆଇଟି ଖଡଗପୁରରୁ ୧୯୮୨ ମସିହାରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ ।

ଇସ୍ରୋରେ ଡକ୍ଟର ସୁଷମା ପାଣିଗ୍ରାହୀ ୧୯୮୩ ମସିହାରେ ଅହମଦାବାଦଠାରେ ଯୋଗ ଦେଇଥିଲେ । ରିମୋଟ ସେନସିଙ୍ଗ ବିଷୟ ବସ୍ତୁ ଉପରେ ଗବେଷଣା କରୁଥିବା ଡକ୍ଟର ପାଣିଗ୍ରାହୀ ବିପର୍ଯ୍ୟୟ ପରିଚାଳନା, ବାତ୍ୟା, ବନ୍ୟା ଏବଂ ଫସଲ ପରିଚାଳନା କ୍ଷେତ୍ରରେ ୩୦ ବର୍ଷ ଧରି ନିଷ୍ଠାପର ଭାବେ ଅନେକ କାର୍ଯ୍ୟ କରିଛନ୍ତି । ତାଙ୍କ ସ୍ୱାମୀ ଡକ୍ଟର ମାନବ ଚକ୍ରବର୍ତ୍ତି ମଧ୍ୟ ପରମାଣୁ ବିଜ୍ଞାନୀ ଏବଂ ଅନେକ ବର୍ଷ ଧରି ଇସ୍ରୋରେ କାର୍ଯ୍ୟ କରିଛନ୍ତି ।

ତାଙ୍କ ଏକମାତ୍ର ପୁଅ ସୂଦୀପ ଚକ୍ରବର୍ତ୍ତି ଜଣେ ଇଂଜିନିୟର । ଡକ୍ଟର ପାଣିଗ୍ରାହୀ ସୋଆ କୁଳପତି ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ରଙ୍କ ନିକଟ ସମ୍ପର୍କୀୟ ଅଟନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.