Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବ୍ୟାପୁଛି କରୋନା : କାନାଡାରେ ପ୍ରଥମ ରୋଗୀଙ୍କ ମୃତ୍ୟୁ

10/03/2020 at 9:02 AM

ନୂଆଦିଲ୍ଲୀ ୧୦।୦୩: ଚୀନ୍‌ ପରେ ଧୀରେ ଧୀରେ ସାରାବିଶ୍ବକୁ ବ୍ୟାପିବାର ଲାଗିଛି କରୋନା । ମାରାତ୍ମକ କରୋନା ଭାଇରସ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଚୀନ୍‌ରେ ୪ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ତେବେ ଚୀନ୍‌, ଆମେରିକା, ଇରାନ୍‌, ଇଟାଲୀ ପରେ ଏବେ କାନାଡାରେ କରୋନା ବ୍ୟାପିଛି ।

କାନାଡାରେ କରୋନା ଭାଇରସ୍‌ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବ୍ରିଟିଶ କଲୋମ୍ବିଆର ଲିନ୍‌ ଭେଲି କେୟାର ସେଣ୍ଟରରେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ତେବେ କାନାଡାରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି । ତେବେ ଜଣେ ଅଧିକାରୀଙ୍କ ଅନୁଯାୟୀ, ଶନିବାର ଦିନ ୧୪ଜଣ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି । ସପେଟେ କରୋନାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ସଂପର୍କରେ ମେଡିକାଲ ଅଧିକାରୀ କହିଛନ୍ତି ଯେ,  ରୋଗୀଙ୍କୁ ଠିକ୍‌ କରିବା ପାଇଁ ଆମେ ବହୁତ ଚେଷ୍ଟ କରିଥିଲୁ । କିନ୍ତୁ ତାଙ୍କୁ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡିଥିଲା । ସେପଟେ କରୋନା ଭାଇରସ ଯୋଗୁଁ ଇରାନ୍‌ରେ ଭୟଙ୍କର ସ୍ଥିତି ଦେଖାଦେଇଛି । ଇରାନ୍‌ରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟ ବଢିବାର ଲାଗିଛି । ମାରାତ୍ମକ ଭୂତାଣୁର ପ୍ରକୋପ ଦେଖି ଇରାନ୍‌ ସରକାର ୭୦ହଜାର କଏଦୀଙ୍କୁ ମୁକ୍ତି କରିଛନ୍ତି । ଇରାନ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୨୩୭ଜଣଙ୍କ ମୃତ୍ୟୁ ହୋଇଛି ।

   Related Posts