ଶ୍ରାବଣର ପ୍ରଥମ ସୋମବାର : କାଉଡିଆଙ୍କୁ ପାଣି ଉଠାଇବା ମନା, କୋଭିଡ କଟକଣା ପାଇଁ ଖାଁ ଖାଁ ଶୈବ ପୀଠ

Published By : Prameya-News7 Bureau | July 26, 2021 IST

ଭୁବନେଶ୍ୱର ୨୬।୦୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । କୋଭିଡ କଟକଣା ପାଇଁ ଚଳିତ ବର୍ଷ ବୋଲବମ୍ ଯାତ୍ରାକୁ ବନ୍ଦ କରିଛନ୍ତି ସରକାର । ରାଜ୍ୟର ସବୁ ଶିବ ମନ୍ଦିର ଖାଁ ଖାଁ ପଡିଛି ।  

ସେହିପରି କରୋନା କଟକଣା ପାଇଁ କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବର ପୀଠ ଖାଁ ଖାଁ । ଧବଳେଶ୍ଵର ପୀଠରେ ଯଦି କରୋନା କଟକଣା ନଥାନ୍ତା ତେବେ କାଉଁରିଆ ମାନଙ୍କ ଭିଡ଼ ଲାଗିଥାଆନ୍ତା । କିନ୍ତୁ ସମୟ ଆଉ ପରିସ୍ଥିତି ଭଗବାନଙ୍କଠାରୁ ଭକ୍ତଙ୍କୁ ଦୂରେଇ ଦେଇଛି । ପୀଠକୁ ନାଁ କାଉଁରିଆ ଆସୁଛନ୍ତି ନାଁ ଗହଳି ଲାଗୁଛି ନାଁ ପିଠ ଚଳଚଞ୍ଚଳ ହେଉଛି। ଆଜି ଶ୍ରାବଣ ମାସର ପ୍ରଥମ ସୋମବାର କାଉଁରିଆ ମାନଙ୍କ ଭିଡ଼ ଲାଗିଥାଆନ୍ତା । କୋଭିଡି-୧୯ ର ଭୟାବହତା ବର୍ତମାନ ତୃତୀୟ ଲହର ଆଡ଼କୁ ଅଗ୍ରସର ହେଉଛି ତେଣୁ ରାଜ୍ୟ ସରକାର କାଉଁରିଆ ମାନଙ୍କ ଏହି ବୋଲବମ୍ ଯାତ୍ରାକୁ ବନ୍ଦ କରିଛନ୍ତି । ରାଜ୍ୟର ସମସ୍ତ ଶୈବ ପୀଠ ଭଳି ବାବା ଧବଳେଶ୍ୱର ପୀଠ ମଧ୍ୟ ଭକ୍ତ ଶୂନ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.