ଶ୍ରାବଣ ପ୍ରଥମ ସୋମବାର ଦିନ ରହିଛି ସୌଭାଗ୍ୟ ଯୋଗ: ଜାଣନ୍ତୁ ଏହି ଯୋଗର ମହତ୍ତ୍ୱ

Published By : Prameya-News7 Bureau | July 14, 2021 IST

ଭୁବନେଶ୍ୱର ୧୪/୦୭ : ବର୍ଷକ ୧୨ ମାସ ମଧ୍ୟରେ ଶ୍ରାବଣ ମାସ ପବିତ୍ର ମାସ। ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ। ଶ୍ରାବଣ ମାସରେ ବିଧି ବିଧାନ ଅନୁସାରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଶ୍ରାବଣ ମାସରେ କାଉଡିଆ ଯାତ୍ରା ମଧ୍ୟ ହୁଏ। କୌଣସି ପବିତ୍ର ନଦୀରୁ ଜଳ ନେଇ କାଉଡିଆ ଶିବଲିଙ୍ଗରେ ଅର୍ପଣ କରନ୍ତି। ଶ୍ରାବଣ ସୋମବାରର ବିଶେଷ ମହତ୍ତ୍ୱ ରହିଛି। ଏଥର ଶ୍ରାବଣ ମାସ ଜୁଲାଇ ୨୫ ତାରିଖ ଆରମ୍ଭ ଏବଂ ଅଗଷ୍ଟ ୨୨ ତାରିଖରେ ଶେଷ ହେବ। ଶ୍ରାବଣର ପ୍ରଥମ ସୋମବାର ଦିନ ଶୁଭ ଯୋଗ ରହିଛି।

ହିନ୍ଦୁ ପାଞ୍ଜି ଅନୁସାରେ ଶ୍ରାବଣ ମାସ ପ୍ରଥମ ସୋମବାର ଜୁଲାଇ ୨୬ ତାରିଖ ରାତି ୧୦ଟା ୪୦ ମିନିଟ ଯାଏଁ ସୌଭାଗ୍ୟ ଯୋଗ ରହିବ। ଏହାପରେ ଶୋଭନ ଯୋଗ ଲାଗିବ।

ସୌଭାଗ୍ୟ ଯୋଗର ମହତ୍ତ୍ୱ - ସୌଭାଗ୍ୟ ଯୋଗ ସର୍ବଦା ମଙ୍ଗଳକାରୀ ହୋଇଥାଏ। ଏହା ନିଜ ନାଁ ଅନୁଯାୟୀ ଭାଗ୍ୟକୁ ବଢାଇବା ଭଳି ଯୋଗ ହୋଇଥାଏ। ଏହି ଯୋଗରେ ବିବାହ ହେଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ। ସୌଭାଗ୍ୟ ଯୋଗରେ ବ୍ୟବସାୟରେ ସଫଳତା ସୁନିଶ୍ଚିତ ହୋଇଥାଏ।

ଶୋଭନ ଯୋଗର ମହତ୍ତ୍ୱ - ଶୋଭନ ଯୋଗରେ ସମସ୍ତ ସମସ୍ତ ଧାର୍ମିକ କାର୍ଯ୍ୟ ସଫଳ ହୋଇଥାଏ। ଏହି ଯୋଗରେ କରାଯାଇଥିବା କାର୍ଯ୍ୟ ଓ ଯାତ୍ରା ଫଳଦାୟୀ ପ୍ରମାଣିତ ହୋଇଥାଏ।

ଶ୍ରାବଣ ମାସର ମହତ୍ତ୍ୱ - ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ। ଶ୍ରାବଣ ସୋମବାର ଦିନ ବ୍ରତ ପାଳନ କଲେ ତୁରନ୍ତ ଫଳ ପ୍ରାପ୍ତ ହୋଇଥାଏ। ବିବାହ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

କେବେ କେବେ ରହିଛି ଶ୍ରାବଣ ସୋମବାର -
ଜୁଲାଇ ୨୬ - ପ୍ରଥମ ସୋମବାର
ଅଗଷ୍ଟ ୨ - ଦ୍ୱିତୀୟ ସୋମବାର
ଅଗଷ୍ଟ ୯ - ତୃତୀୟ ସୋମବାର
ଅଗଷ୍ଟ ୧୬ - ଚତୁର୍ଥ ସୋମବାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.