ରାଜ୍ୟର ପ୍ରଥମ ‘ମିଲେଟ୍ ଶକ୍ତି କାଫେ’ ଉଦଘାଟିତ, କେଉଁଝର କଲେକ୍ଟରିଏଟ୍ ପରିସରରେ ଖୋଲିଲା ଆଉଟ୍‌ଲେଟ୍

Published By : Prameya-News7 Bureau | October 29, 2021 IST

କେଉଁଝର ୨୯।୧୦: ବାଜରା ଜାତୀୟ ଖାଦ୍ୟ ଶସ୍ୟ ମିଲେଟ୍‌ ର ପ୍ରସାର ଲାଗି ମିଶନ ଶକ୍ତି ଏବଂ ଓଡିଶା ମିଲେଟ ମିସନ  କେଉଁଝର ଜିଲ୍ଲାରେ ଓଡ଼ିଶାର ପ୍ରଥମ ‘ମିଲେଟ୍ ଶକ୍ତି କାଫେ’ ସ୍ଥାପନା କରିଛନ୍ତି। ମିଶନ ଶକ୍ତି ସମର୍ଥିତ  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଫେଡେରେସନ ଏହାର ପରିଚାଳନା କରିବେ। ଖାଦ୍ୟର ଏକ ବିକଳ୍ପ ଯୋଗାଇଦେବା ଲାଗି ଆଉଟ୍‌ଲେଟ୍‌ରେ ମିଲେଟ୍‌ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଯିବ।

{"id":535247,"width":841,"height":473,"sizeSlug":"full","linkDestination":"none"}

ଯେଉଁମାନେ ତରବରିଆ  ଜଳଖିଆ ଗ୍ରହଣ କରିଥାନ୍ତି ସେମାନଙ୍କ ଲାଗି ଚା କିମ୍ବା କଫି ସହ ସ୍ନାକ୍ସ ଏଠାରେ ଉପଲବ୍ଧ ହେଉଛି। ଏଠାରେ ପ୍ରସ୍ତୁତ ଜଳଖିଆ ୯୦ ପ୍ରତିଶତ ମିଲେଟ୍ ଆଧାରିତ। ଯାହା ଲୋକଙ୍କ ଭୋକ ମେଣ୍ଟାଇବା ସହ ଶରୀର ଆବଶ୍ୟକ କରୁଥିବା ଶକ୍ତି ମଧ୍ୟ ପ୍ରଦାନ କରିବ। ପ୍ରଧାନ ଖାଦ୍ୟ ଭାବେ ମିଲେଟର ଉପଯୋଗ ରାଜ୍ୟରେ କ୍ରମଶଃ ହ୍ରାସ ହୋଇ ଏବେ ଶୂନ୍ୟରେ ପହଞ୍ଚିଛି। ତେବେ ଖାଦ୍ୟର ଏହି ପୁରୁଣା ପରମ୍ପରାକୁ ଉଜ୍ଜିବିତ କରିବା ଲାଗି ଏସଏଚଜିଙ୍କ ମାଧ୍ୟମରେ ମିଶନ ଶକ୍ତି ଏହି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

{"id":535248,"width":838,"height":471,"sizeSlug":"full","linkDestination":"none"}

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କାଫେରେ ମିଲେଟ୍ ପ୍ରସ୍ତୁତ ୧୦ରୁ ଅଧିକ ଶୁଷ୍କ ଓ ବେକରୀ ଆଇଟମ ଉପଲବ୍ଧ କରାଯାଉଛି। ଯେଉଁଥିରେ ମିଲେଟ୍ ଡ୍ରିଙ୍କ, ପ୍ୟାକେଜଡ୍ ମିଲେଟ୍ ଫୁଡ ଓ ମିଲେଟ୍ ଆଧାରିତ  ରେଡି ଟୁ କୁକ୍‌ ଓ ରେଡି ଟୁ ଇଟ୍‌ ଖାଦ୍ୟ ସାମଗ୍ରୀ ଏବେ ଉପଲବ୍ଧ ହେଉଛି। ଏହି କାଫେର ସଫଳତାକୁ ଦୃଷ୍ଟିରେ ରଖି ଆଗାମୀ ବର୍ଷ ସୁଦ୍ଧା ବିଭିନ୍ନ ସହରାଞ୍ଚଳରେ ଏହିପରି ୧୫ଟି ମିଲେଟ୍ ଶକ୍ତି କାଫେ ସ୍ଥାପନା କରିବାକୁ ମିଶନ ଶକ୍ତି ଲକ୍ଷ ଧାର୍ଯ୍ୟ କରିଥିବା କହିଛନ୍ତି।

{"id":535249,"width":839,"height":378,"sizeSlug":"full","linkDestination":"none"}

ଅତୀତରେ କେଉଁଝର ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ନାମ ଲେଖାଇଥିବା ପ୍ରିସ୍କୁଲ ଶିଶୁଙ୍କ ଲାଗି ମାଣ୍ଡିଆ ଲଡୁ ପ୍ରଚଳନ କରି ମିଲେଟ୍ ମିଶନ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ଏହାକୁ ଜାତୀୟ ମାନ୍ୟତା ମିଳିସାରିଥିବା ବେଳେ ଏବେ ନୂଆକରି ଏଥିରେ ଆଇସିଡିଏସ୍‌ ଦ୍ୱାରା ବାଜରା (ମିଲେଟ)କୁ ସାମିଲ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.