ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ, ମନ୍ଦିର ନିର୍ମାଣ ନେଇ ଘୋଷଣା ହୋଇପାରେ ତାରିଖ

Published By : Prameya-News7 Bureau | February 19, 2020 IST

ନୂଆଦିଲ୍ଲୀ ୧୯।୦୨: ବୁଧବାର ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ, ହୋଇପାରେ ମନ୍ଦିର ନିର୍ମାଣର ତାରିଖ ନିର୍ଦ୍ଧାରଣ। ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କେବେ ଓ କେମିତ ନିର୍ମାଣ ହେବ, ସେ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ସୁପ୍ରିମକୋର୍ଟଙ୍କ ଆଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ହେବ । ଏଥିରେ ମନ୍ଦିର ନିର୍ମାଣ ଆରମ୍ଭ କରିବା ମୂହୁର୍ତ୍ତ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । 

ବୈଠକରେ ସାଧାରଣ ଜନତାଙ୍କ ଠାରୁ ଧନରାଶି ସହଯୋଗ ନିଆଯିବ ନା ନାହିଁ ଏହାରି ଉପରେ ମଧ୍ୟ ନିଷ୍ପତ୍ତି ହୋଇପାରେ । ଏହା ଦ୍ୱାରା ଭବିଷ୍ୟତରେ କୌଣସି ବିବାଦ ଦେଖାଯିବ ନାହିଁ ବୋଲି ଅନେକ ବୁଦ୍ଧିଜୀବୀମାନେ କରୁଛନ୍ତି । ଟ୍ରଷ୍ଟ ଏହାରି ଉପରେ ବିଚାର କରିବ ଯେ, ନିର୍ମାଣ ସମୟରେ ରାମଲଲାଙ୍କୁ କେଉଁଠି ରଖାଯିବ । ବୈଠକରେ ଅଯୋଧ୍ୟାର ମାଷ୍ଟର ପ୍ଲାନ ଉପରେ ମଧ୍ୟ ଚର୍ଚ୍ଚା ହେବ ।

ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପ୍ରସ୍ତାବିତ ବୈଠକ ପାଇଁ ଟ୍ରଷ୍ଟର ତିନି ଜଣ ସଦସ୍ୟ ମହନ୍ତ ଦିନେନ୍ଦ୍ର ଦାସ, ରାଜା ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର ଏବଂ ଡା. ଅନିଲ ମିଶ୍ର ମଙ୍ଗଳବାର ଅଯୋଧ୍ୟାରୁ ପ୍ରସ୍ଥାନ କରିଛନ୍ତି । ନୃତ୍ୟ ଗୋପାଳ ଦାସଙ୍କ ବ୍ୟତୀତ ବିଶ୍ୱ ହିନ୍ଦୁ ପରିଷଦର ଚମ୍ପତ ରାୟ ମଧ୍ୟ ବୈଠକରେ ସାମିଲ ହେବେ ।  ଭୂମି ପୂଜନ ମାର୍ଚ୍ଚ ୨୫ରୁ ଏପ୍ରିଲ ୮ ମଧ୍ୟରେ କରିବା ପୂର୍ବରୁ ଟ୍ରଷ୍ଟ ସର୍ବପ୍ରଥମେ ମନ୍ଦିର ନିର୍ମାଣ ତାରିଖ ନିର୍ଦ୍ଧାରଣ କରିବ । କିନ୍ତୁ ମନ୍ଦିର ନିର୍ମାଣ କରିବାରେ ଏବେ ସମୟ ଲାଗିବ । କାରଣ ଟ୍ରଷ୍ଟ ମନ୍ଦିର ନିର୍ମାଣସ୍ଥଳର ମାଟି ଯାଞ୍ଚ କରିବା ଲାଗି ଭୂଗର୍ଭ ଶାସ୍ତ୍ରୀ ଓ ବାସ୍ତୁ ଶାସ୍ତ୍ରୀଙ୍କ ଠାରୁ ମତାମତ ଲୋଡ଼ିଛି ।

ମନ୍ଦିର ନିର୍ମାଣ କେଉଁ କମ୍ପାନୀକୁ ଦିଆଯିବ, ଏହି ପ୍ରସଙ୍ଗରେ ବୈଠକରେ ନିଷ୍ପତ୍ତି ନିଆଯିବ । ମନ୍ଦିରକୁ ଭବ୍ୟ କରାଯିବା ନେଇ ମଧ୍ୟ ଆଲୋଚନା ହେବ । କୁହାଯାଉଛି ଯେ, ମନ୍ଦିରକୁ ଭବ୍ୟ ନିର୍ମାଣ କରିବା ପାଇଁ ମଡେଲକୁ ପରିବର୍ତ୍ତନ କରା ନ ଯାଉ । ଅନ୍ୟ ପକ୍ଷରେ ଟ୍ରଷ୍ଟର ସଦସ୍ୟ କାମେଶ୍ୱର ଚୌପାଲଙ୍କ କହିବା ଅନୁସାରେ ଏତେ ସବୁ କାମ ଗୋଟିଏ ବୈଠକରେ ଆଲୋଚନା ହେବା ସମ୍ଭବ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.