Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମୌସୁମୀ ପ୍ରଥମ ବର୍ଷାରେ ବିହାର ଅସ୍ତବ୍ୟସ୍ତ, ବିଭିନ୍ନ ସ୍ଥାନରେ ବଜ୍ରପାତ, ୫ ମୃତ, ଆଲର୍ଟ ଜାରି

15/06/2021 at 8:50 PM

ପାଟନା ୧୫।୬: ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ମୌସୁମୀ ପ୍ରଥମ ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ ପ୍ରଥମ ବର୍ଷାରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି।  ନେପାଳ ସମେତ ଉତ୍ତର ବିହାର ଜିଲ୍ଲାମାନଙ୍କରେ ଲଗାଣ ବର୍ଷା ବିଭିନ୍ନ ନଦୀରେ ଜଳ ସ୍ତର ବୃଦ୍ଧି କରିଛି। ସେପଟେ ସାରା ରାଜ୍ୟରେ ମୌସୁମୀ ଅନୁଭୂତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ ରାଜ୍ୟରେ ବଜ୍ରପାତ ଯୋଗୁ ୫ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ପୁଷ୍ଟି କରାଯାଇଛି।

ମୌସୁମୀ ସକ୍ରିୟ ହୋଇଥିବାରୁ ରାଜ୍ୟରେ ଘଡଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରିଛନ୍ତି। ଏଣୁ ଲୋକଙ୍କୁ ବର୍ଷା ବେଳେ ଘରୁ ପଦାକୁ ନ ବାହାରିବା ଲାଗି ସତର୍କ କରାଯାଇଛି। ସେପଟେ ପଶ୍ଚିମ ଚମ୍ପାରଣ ବଗାହରେ ଅନେକ ସ୍ଥାନରେ ନଦୀବନ୍ଧ ଭାଙ୍ଗିବା ବିସ୍ତୃତ ଅଞ୍ଚଳକୁ ଜଳାର୍ଣ୍ଣବ କରିଥିବାରୁ ସୂଚନା ଆସୁଛି। ବଗାହ ଗନୈଲୀ ଗାଁ ବନ୍ୟା ଯୋଗୁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି।

ବର୍ଷା ଯୋଗୁ ପାହାଡି ଜଳସ୍ରୋତ ସବୁ ଖୋଲିଯାଇଛି। ଫଳରେ ପାର୍ବତ୍ୟାଞ୍ଚଳର ନଦନଦୀ ଏବେ ଉଛୁଳୁଥିବା ବେଳେ ନିମ୍ନାଞ୍ଚଳରେ ଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି। ମୌସୁମୀ ପ୍ରଥମ ବର୍ଷାରେ ଯଦି ଏପରି ଅବସ୍ଥା ଆଗକୁ କଣ ହେବ ସେ ନେଇ ଲୋକେ ଚିନ୍ତିତ ହୋଇପଡିଛନ୍ତି।

   Related Posts