ପୃଥବୀରେ ଜନ୍ମ ନେଇଥିବା ପ୍ରଥମ ବ୍ୟକ୍ତି କିଏ ? କିଏ ଦେଇଥିଲା ତାଙ୍କୁ ଜନ୍ମ ଜାଣନ୍ତୁ…

Published By : Prameya-News7 Bureau | March 11, 2019 IST

wp:heading {"level":5}
ପୁରାଣ ଅନୁସାରେ ବ୍ରହ୍ମା ହେଉଛନ୍ତି ଏହି ପୃଥିବୀର ସୃଷ୍ଟିକର୍ତ୍ତା। କିନ୍ତୁ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ନିହାତି ଭାବେ ଆସେ ଯେ ପୃଥିବୀର ପ୍ରଥମ ମଣିଷ କିଏ ଓ ତାଙ୍କ ଜନ୍ମ କେମିତି ହୋଇଛି। ଏହି ସବୁ ପ୍ରଶ୍ନର ଉତ୍ତର ଧାର୍ମିକ ଗ୍ରନ୍ଥରେ ଥାଏ ସତ କିନ୍ତୁ ଏହି ଉତ୍ତର ତଥ୍ୟ ଉପରେ ଆଧାରିତ ନୁହେଁ। ଏହି ତଥ୍ୟ କେତେ ସତ  ତାହା କହିବା କଷ୍ଟ।
/wp:heading {"id":92466,"width":598,"height":350}
wp:heading {"level":5}
ସଂସାରର ପ୍ରଥମ ମାନବ ସ୍ୱୟଂଭୂ ମନୁ ଓ ପ୍ରଥମ ସ୍ତ୍ରୀ ଥିଲେ ଶତରୂପା। ଭଗବାନ ବ୍ରହ୍ମା ଯେବେ ୧୧ ପ୍ରଯାତି ଓ ୧୧ ରୁଦ୍ରଙ୍କ ସଂରଚନା କରିଥିଲେ ଶେଷରେ ଏହାକୁ ୨ଭାଗରେ ବିଭକ୍ତ କରିଥିଲେ। ପ୍ରଥମ ଭାଗ ମନୁ ରୂପରେ ପ୍ରକଟ ହୋଇଥିଲା ଓ ଦ୍ବିତୀୟ ଭାଗ ଶତରୂପା ରୂପରେ ପ୍ରକଟ ହୋଇଥିଲେ। ପ୍ରଥମ ପୁରୁଷ ମନୁଙ୍କଠାରୁ ସୃଷ୍ଟି ହୋଇଥିବାରୁ ପୁରୁଷ ଓ ସ୍ତ୍ରୀଙ୍କୁ ମନୁଷ୍ୟ ବା ମାନବ ଜାତି କୁହାଯାଏ। ସଂସ୍କୃତରେ  ମନୁଷ୍ୟରୁ ଇଂରାଜୀର ମ୍ୟାନ ଶବ୍ଦର ସୃଷ୍ଟି । 
/wp:heading {"id":92468,"width":597,"height":428}
wp:heading {"level":5}
ପୌରାଣିକ ଶାସ୍ତ୍ର ଅନୁସାରେ ଥରେ ବ୍ରହ୍ମା ତାଙ୍କ କାମରେ ବ୍ୟସ୍ଥ ଥିଲେ। ହଠାତ୍‌ ସାମ୍ନାରେ ତାଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ଉତ୍ପନ୍ନ ହୋଇଥିଲେ। ବ୍ରହ୍ମା ବୁଝିପାରିନଥିଲେ ଯେ ଏହା କଣ ହେଉଛି। କିନ୍ତୁ କିଛି ସମୟ ପରେ ଜଣା ପଡିଥିଲା ଯେ ସେ ସଂସାରରେ ଜନ୍ମ ହୋଇଥିବା ପ୍ରଥମ ମାନବ।
/wp:heading {"id":92469,"width":594,"height":297}
wp:heading {"level":5}
ହିନ୍ଦୁ ଧର୍ମରେ ଯେମିତି ମାନବର ଜନ୍ମ ହୋଇଥିଲା ଠିକ୍‌ ସେହି ଭଳି ବାଇବେଲରେ ମଧ୍ୟ ଇଶ୍ୱରଙ୍କ ଶରୀରରୁ ଜନ୍ମ ନେଇଥିବା ପ୍ରଥମ ବ୍ୟକ୍ତିକୁ “ଆଦାମ” ନାଁ ଦିଆଯାଇଥିଲା। ତେବେ ଏହି ତଥ୍ୟରୁ ଜଣା ପଡୁଛି ଯେ ମାନବ ପୃଥିବୀରେ ଜନ୍ମ ହୋଇଥିବା ପ୍ରଥମ ପ୍ରାଣୀ। ହିନ୍ଦୁ ପୁରାଣ ଅନୁସାରେ ମାନବ ଓ ଶତରୂପା ମଧ୍ୟରେ ଶାରିରୀକ ଅସମାନତା ଦେଖା ଯାଇଥିଲା। ତେବେ ମନୁ ଓ ଶତରୁପାଙ୍କ ଜନ୍ମ ହେବା ପରେ ପୃଥିବୀରେ ମାନବୀୟ ସଂସାର ଗଢିବାର ଆଦେଶ ଦେଇଥିଲେ ବ୍ରହ୍ମା। ଏହି ବିଷୟରେ ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ କାହାଣୀ ଶୁଣିବାକୁ ମିଳେ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.