‘ଥ୍ରୀଲର୍‌’ର ଫାଷ୍ଟ ଲୁକ୍‌ ରିଲିଜ୍, ଲିଡ୍‌‌ ରୋଲ୍‌ରେ ଅପସରା ଏବଂ ରକ୍

Published By : Prameya-News7 Bureau | July 26, 2020 IST

ଭୁବନେଶ୍ୱର ୨୬।୦୭: ରିଲିଜ ହେଲା ‘ଥ୍ରୀଲର୍‌’ର ଆଉ ଏକ ପୋଷ୍ଟର୍। ବଲିଉଡରେ ଏଣ୍ଟ୍ରି ନେଇ ଚର୍ଚ୍ଚାରେ ଥିବା ଓଡ଼ିଆ ଯୋଡ଼ି ଅପସରା-ରକ୍‌ଙ୍କ ଫିଲ୍ମ ‘ଥ୍ରୀଲର୍‌’ର ପ୍ରଥମ ପୋଷ୍ଟର୍‌ ରିଲିଜ୍‌ ହୋଇଛି । ଏ କମ୍ପାନି ପ୍ରଡକ୍ସନ ସାଉଥ୍‌ ପ୍ଲସ୍‌ ଏଣ୍ଟରଟେନ୍‌ମେଣ୍ଟ ନିବେଦିତ ଏନ୍‌ଏନ୍‌ଏନ୍‌ ସିରିଜ୍‌ ପରବର୍ତ୍ତୀ ଏହି ଫିଲ୍ମର ପୋଷ୍ଟର୍‌କୁ ନେଇ ଆଜି ସୋସିଆଲ୍‌ ମିଡିଆରେ ଜୋର୍‌ଦାର୍‌ ଚର୍ଚ୍ଚା ହେବାରେ ଲାଗିଛି । ପୋଷ୍ଟର୍‌ ରିଲିଜ୍‌ ସମ୍ପର୍କରେ ନିର୍ଦ୍ଦେଶକ ରାମଗୋପାଳ ବର୍ମା ଆଜି ଟ୍ୱିଟର୍‌ରେ ସୂଚନା ଦେଇଛନ୍ତି ।

wp:html /wp:html

ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମଟି ଖାଲି ହିନ୍ଦୀରେ ନାହିଁ ବରଂ ଓଡ଼ିଆ ସମେତ ମୋଟ୍‌ ୯ଟି ଭାଷାରେ ମୁକ୍ତିଲାଭ କରୁଛି । ଯେହେତୁ ଫିଲ୍ମର ଲିଡ୍‌ ଷ୍ଟାର୍‌ ଅପସରା ଏବଂ ରକ୍‌ ଉଭୟେ ଓଡ଼ିଆ ତେଣୁ ପ୍ରଯୋଜନା ସଂସ୍ଥା ଏହାକୁ ନଜରରେ ରଖି ଓଡ଼ିଆରେ ରିଲିଜ୍‌ କରିବାକୁ ସ୍ଥିର କରିଛନ୍ତି । ଯେଉଁଥିପାଇଁ ନାୟକ-ନାୟିକା ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି ଦୁହେଁ ।

wp:html /wp:html

କାରଣ ସେମାନେ ଭାବି ହିଁ ନଥିଲେ ଯେ, ରାମଗୋପାଳ ବର୍ମା ତାଙ୍କୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଉପହାର ଦେବେ । ଯେହେତୁ ଏହି ଫିଲ୍ମକୁ ନେଇ ଓଡ଼ିଶାରେ ଏତେ ଚର୍ଚ୍ଚା ସେଥିପାଇଁ ପରେ ରାମଗୋପାଳ ଏଭଳି ଏକ ନିଷ୍ପତ୍ତି ନେଇ ଅନ୍ୟ ଭାଷା ସହ ଓଡ଼ିଆ ଭାଷାରେ ଫିଲ୍ମଟି ରିଲିଜ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

{"id":305582,"sizeSlug":"large"}

ଫିଲ୍ମଟି ଓଡ଼ିଆ ସମେତ ହିନ୍ଦୀ, ତେଲଗୁ, ତାମିଲ, କନ୍ନଡ଼, ମାଲାୟାଲମ, ମରାଠୀ, ଭୋଜପୁରୀ, ଗୁଜରାଟୀ ଭାଷାରେ ଫିଲ୍ମଟି ମୁକ୍ତିଲାଭ କରିବ । ଏହାର ଷ୍ଟ୍ରିମିଂ ଖୁବ୍‌ଶୀଘ୍ର ହେବ । rgvworldtheatre.com/ RGVWorld.in/ ShreyasET/ShreyasET.com ରେ ଷ୍ଟ୍ରିମିଂ ହେବ । ଯାହା ପୋଷ୍ଟର୍‌ରେ ଉଲ୍ଳେଖ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.