ରିଲିଜ୍ ହେଲା ଫିଲ୍ମ ‘ଝୁଣ୍ଡ’ର ପ୍ରଥମ ପୋଷ୍ଟର

Published By : Prameya-News7 Bureau | January 20, 2020 IST

ମୁମ୍ବାଇ୨୦|୧: ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଅଗାମୀ ଫିଲ୍ମ 'ଝୁଣ୍ଡ'ର ପ୍ରଥମ ଲୁକ୍‌ ରିଲିଜ ହୋଇଛି। ବଲିଉଡର ଶେହନଶାହ ଅମିତାଭ ବଚ୍ଚନଙ୍କୁ ଏହି ଫିଲ୍ମରେ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ଏହି ବୟସରେ ମଧ୍ୟ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏଯାଏଁ ଟଙ୍କା ଆୟ କରନ୍ତି।ସମଗ୍ର ଦୁନିଆରେ ଅମିତାଭଙ୍କର ଅଗଣିତ ଫ୍ୟାନ୍‌ ଅଛନ୍ତି। ଫିଲ୍ମ ବ୍ୟତୀତ ଅମିତାଭ କେବିସି ଶୋ ମଧ୍ୟ ହୋଷ୍ଟ କରନ୍ତି। ସେଥିପାଇଁ ସେ ଏଭରଗ୍ରୀନ ଅଭିନେତା ଭାବେ ପରିଚିତ। 

{"id":213774,"width":570,"height":604,"sizeSlug":"large"}

'ଝୁଣ୍ଡ' ଫିଲ୍ମରେ ଅମିତାଭ ବଚ୍ଚନ ଜଣେ ପ୍ରଫେସର ଭୂମିକାରେ ଅଭିନୟ କରିଛନ୍ତି। 'ଝୁଣ୍ଡ' ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ନାଗରାଜ ମଞ୍ଜୁଲେ। ୨୦୧୬ ମସିହାରେ ରିଲିଜ୍‌ ହୋଇଥିବା ମରାଠୀ ଫିଲ୍ମ ସୈରାଟର ନିର୍ଦ୍ଦେଶକ ହେଉଛନ୍ତି ନାଗରାଜ।

{"id":213775,"sizeSlug":"large"}

ସୈରାଟ ପ୍ରଥମ ମରାଠୀ ଫିଲ୍ମ ଯିଏ ବକ୍ସ ଅଫିସ୍‌ରେ ୧୦୦ କୋଟି ଟଙ୍କାରୁ ଅଧିକ ଆୟ କରିବାରେ ସଫଳ ହୋଇଥିଲା। ଅମିତାଭ ନିଜେ ସୋସିଆଲ ମିଡିଆରେ ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି। ଏହି ଫିଲ୍ମ ବକ୍ସ ଅଫିସରେ କେତେ କମାଲ କରୁଛି ତାହା ଦେଖିବା ବାକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.