Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ରିଲିଜ ହୋଇଛି “ଦରବାର” ଫିଲ୍ମର ଫାଷ୍ଟଲୁକ୍, ପୁଣିଥରେ ପୋଲିସ୍ ଲୁକ୍ରେ ରଜନୀକାନ୍ତ

11/04/2019 at 3:32 PM

ସାଉଥରେ ସୁପରଷ୍ଟାର ରଜନୀକାନ୍ତଙ୍କର କ୍ରେଜ୍‌ ସବୁବେଳେ ରହିଛି। ଦୀର୍ଘ ୨୫ ବର୍ଷ ପରେ ପୁଣିଥରେ ତାଙ୍କୁ ପୋଲିସ ଅଫିସର ଭାବେ ପରଦାରେ ଦେଖିବାକୁ ମିଳିବ। ରଜନୀଙ୍କର କୌଣସି ଫିଲ୍ମ ରିଲିଜ ହେବାକୁ ଥିଲେ ତାଙ୍କର ଅଗଣିତ ପ୍ରଶଂସକ ଓ ଦର୍ଶକ ବେଶ ଉତ୍ସାହିତ ଥାନ୍ତି। ସାଉଥ ସିନେମା ଜଗତର ଲିଜେଣ୍ଡ ଅଭିନେତା ରଜନୀକାନ୍ତଙ୍କୁ ଏବେ ୬୮ ବର୍ଷ ବୟସ। ହେଲେ ଅଭିନୟ ଆଗରେ ହାର ମାନିଛି ତାଙ୍କ ବୟସ। ଏହି ବୟସରେ ମଧ୍ୟ ସେ ଅନେକ ଫିଲ୍ମରେ ହିରୋ ଭୂମିକାରେ ଅଭିନୟ କରିଛନ୍ତି।
ରଜନୀଙ୍କର ଆଗାମୀ ଫିଲ୍ମ “ଦରବାର”ରିଲିଜ ହେବାକୁ ନେଇ ଦର୍ଶକ ବେଶ ଉତ୍ସାହିତ। ତେବେ ଫିଲ୍ମର ଫାଷ୍ଟଲୁକ୍‌ ରିଲିଜ ହୋଇଛି। ଏହି ଫିଲ୍ମ ରଜନୀକାନ୍ତଙ୍କର ୧୬୭ତମ ଫିଲ୍ମ ହୋଇଥିବାରୁ ଫିଲ୍ମର ନାଁ “ତଲାଇବା ୧୬୭” ରହିବ ବୋଲି ସ୍ଥିର କରାଯାଇଥିଲା। କିନ୍ତୁ ପରେ ଏହାର ନାଁ ବଦଳାଯାଇ“ଦରବାର” ରଖାଯାଇଥିଲା।
ଏହି ଫିଲ୍ମରେ ରଜନୀକାନ୍ତ ଡବଲରୋଲରେ ଅଭିନୟ କରିବେ। ଗୋଟେ ଭୂମିକାରେ ପୋଲିସ ଅଫିସର ଓ ଅନ୍ୟ ଭୂମିକାରେ ସୋସିଆଲ୍‌ ଆକ୍ଟିଭିଷ୍ଟ ଭାବେ ଅଭିନୟ କରିବେ। ଏହି ଫିଲ୍ମରେ ରଜନୀକାନ୍ତଙ୍କ ସହ ଅଭିନେତ୍ରୀ ନୟନତାରା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଫିଲ୍ମରେ ରଜନୀଙ୍କୁ ଆଇପିଏସ୍‌ ଅଫିସର ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମ ଆସନ୍ତା ବର୍ଷ ମକର ମାନେ ତେଲୁଗୁଙ୍କ ପୋଙ୍ଗଲ ଉତ୍ସବରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି।

   Related Posts