Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଫଳତାର ଆଉ ଏକ ପାହାଚରେ ସମ୍ ହସ୍‌ପିଟାଲ : ରାଜ୍ୟରେ ପ୍ରଥମ ଲିଭର୍ ପ୍ରତିରୋପଣ ସହ ବିରଳ ଅସ୍ତ୍ରୋପଚାର କଲେ ୪୦ଜଣିଆ ଡାକ୍ତରୀ ଟିମ୍

6/03/2020 at 5:28 PM

ଭୁବନେଶ୍ବର ୬।୩: ଆଇଏମଏସ ଆଣ୍ଡ ସମ୍ ହସପିଟାଲରେ ଏକ  ବିରଳ ସଫଳତା । ସମ୍‌ ହସପିଟାଲରେ  ଜଣେ ରୋଗୀଙ୍କ ଶରୀରରେ ଲିଭର ପ୍ରତିରୋପଣ କରାଯାଇଛି । ଏହା ରାଜ୍ୟରେ ପ୍ରଥମ  । ୪୦ ଜଣିଆ ଡାକ୍ତରୀ ଦଳ ଏପରି ବିରଳ ଆସ୍ତ୍ରୋପଚାର  କରିଥିବା ବେଳେ , ତାହା ସଫଳ ହୋଇଛି । ଏହା ରାଜ୍ୟର ଚିକିତ୍ସା ଇତିହାସରେ ଯୋଡିଛି ସପଲଥାର ଏକ ନୂଆ ଫର୍ଦ୍ଦ । 

 ବାଲେଶ୍ବର ଜିଲ୍ଲା କନ୍ଥିଆ ଟିକରର ଜୟନ୍ତ ବିଶ୍ବାଳ ଲିଭର ବା ଯକୃତ ଜନୀତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ।ତାଙ୍କ ଲିଭର ଅକାମୀ ହୋଇପଡିଥିବା ବେଳେ ଲିଭର ପ୍ରତିରୋପଣ ଲାଗି ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ ।ଆନୁସଙ୍ଗିକ ପରୀକ୍ଷା ନୀରିକ୍ଷା ପରେ   ଜୟନ୍ତଙ୍କ ଆବଶ୍ୟକତା ସହ ତାଙ୍କ ପୁଅ ସୌମ୍ୟରଞ୍ଜନଙ୍କ ଯକୃତ ମ୍ୟାଚ୍‌ କରିଥିଲା । ସୌମ୍ୟ ଯକୃତ ଦାନ କରିଥିବା ବେଳେ ତାହା ଜୟନ୍ତଙ୍କ  ଶରୀରରେ ପ୍ରତିରୋପଣ କରାଯାଇଛି ।

ଏହି ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟା  ଦିନ ୩ଟାରୁ ଆରମ୍ଭ ହୋଇ ରାତି ୧୨ଟାରେ ସରିଥିଲା । ଦୀର୍ଘ ୯ ଘଣ୍ଟା ଧରି ଚାଲିଥିଲା ଏହି ବିରଳ ଅପରେସନ । ଏହି ଅପରେସନ ପ୍ରକ୍ରିୟାରେ  ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଏବଂ  ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲର ୪୦ ଜଣ ଡାକ୍ତର ସାମିଲ ହୋଇଥିଲେ । ପୂରା ଅସ୍ତ୍ରୋପଚାରର ନେତୃତ୍ବ ନେଇଥିଲେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ସାହୁ ।

ଅପରେସନ ପୂର୍ବରୁ ସମ ହସ୍ପିଟାଲ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏକ ସପ୍ତାହ ପୂର୍ବରୁ ସ୍ବତନ୍ତ୍ର ଭାବେ ଟିମ୍‌ ଗଠନ କରାଯାଇ ଜୟନ୍ତ ବିଶ୍ବାଳଙ୍କ ଦେହରେ ଲିଭର ପ୍ରତିରୋପଣ ପାଇଁ  ଆନୁସଙ୍ଗିକ ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଜୟନ୍ତଙ୍କ ସହ ତାଙ୍କ ପୁଅ ତତା ଲିଭର ଡୋନର ସୌମ୍ୟ ରଞ୍ଜନଙ୍କର ମଧ୍ୟ ଡାକ୍ତରୀ ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଅପରେସନର ସମସ୍ତ ଚିକିତ୍ସା ଖର୍ଚ୍ଚ ମାଗଣାରେ ଯୋଗାଇ ଦେଇଛନ୍ତି ସମ ହସ୍ପିଟାଲ । ସେଥିପାଇଁ ସମ୍ ହସ୍ପିଟାଲ କତୃପକ୍ଷ ଓ ଡାକ୍ତରୀ ଟିମ୍‌କୁ  କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି ଜୟନ୍ତ ଧର୍ମପତ୍ନୀ ଅନୀତା ବିଶ୍ବାଳ ।

ରାଜ୍ୟରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟ ନେଇ ସମ୍  ହସପିଟାଲ କର୍ତ୍ତୃପକ୍ଷ ସବୁ ସମୟରେ ପଦକ୍ଷେପ ନେଉଛନ୍ତି । ଆଧୁନୀକ ତଥା ଉପଯୁକ୍ତ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ବିଭିନ୍ନ ବର୍ଗର ରୋଗୀଙ୍କ  ଆସ୍ଥାଭାଜନ ହୋଇପାରିଥିବା ସମ୍‌ ହସପିଟାଲ ତାର ଚିକିତ୍ସା ସେବା ପରିସରକୁ ନିରନ୍ତର ଭାବେ ବୃଦ୍ଧି କରିଚାଲିଛି ।

ଏହି ପ୍ରକ୍ରିୟାରେ  ବିଶ୍ବାସ ଜିଣିବା ସହ ସଫଳତାର ପାହାଚ ଚଢିଚାଲିଥିବା ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ନିରନ୍ତର ଭାବେ ଚିକିତ୍ସା ପରିସରକୁ ବୃଦ୍ଧି କରିଚାଲିଛି । ଏବେ  ରାଜ୍ୟରେ ପ୍ରଥମ ଥର ପାଇଁ ଲିଭର ପ୍ରତିରୋପଣରେ ସଫଳତା ସହ ଚିକିତ୍ସା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ।

 ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ପ୍ରତିବର୍ଷ ଯକୃତ ଜନୀତ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ , ଏଠାରେ ଯକୃତ ପ୍ରତିରୋପଣ ବ୍ୟବସ୍ଥା ତଥା ଆସ୍ତ୍ରୋପଚାର ସୁବିଧା ନଥିଲା । ସେଥିଲାଗି ପ୍ରତି ବର୍ଷ  ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ  ରାଜ୍ୟର ରୋଗୀମାନେ ଅନ୍ୟ ରାଜ୍ୟକୁ ଯାଉଥିଲେ । ଏହି ଧାରାରେ  ବ୍ରେକ୍‌ ଦେବାକୁ ଏବେ ସମର୍ଥ ହୋଇଛି ସମ୍‌ ହସପିଟାଲ । ଏଠାରେ କମ୍ ଖର୍ଚ୍ଚରେ ଏଭଳି ଗୁରୁତ୍ବପୂର୍ଣ୍ଣ ଅପରେସନ କରିବା ସମ୍ଭବ ହେବ।

ଏଥିପାଇଁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ  ଯକୃତ ପ୍ରତିରୋପଣରେ  ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ହାସଲ କରିଥିବା  ହାଇଦ୍ରାବାଦ ସ୍ଥିତ ଯୋଶଦା ହସ୍ପିଟାଲ ସହ ଏକ ସହବନ୍ଧନ କରିଛି । ଦୁଇ ହସପିଟାଲ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ  ରୋଗୀଙ୍କ ଠାରେ ଯକୃତ ପ୍ରତିରୋପଣ ଏବଂ ଆନୁସଙ୍ଗିକ ଅସ୍ତ୍ରୋପଚାର ତଥା ଚିକିତ୍ସା କରୁଛନ୍ତି ଦୁଇ ଡାକ୍ତରଖାନାର ବିଶେଷଜ୍ଞ ଡାକ୍ତର ।

   Related Posts