Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆସନ୍ତା ୧୬ରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୦ ଲୋକସଭା ଆସନ ପାଇଁ ବିଜେପି ଜାରି କରିବ ପ୍ରାର୍ଥୀ ତାଲିକା

14/03/2019 at 9:37 AM

ନୂଆଦିଲ୍ଲୀ ୧୪|୩ : ଆସନ୍ତା ୧୬ରେ ବିଜେପି ଜାରି କରିବ ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୦ ଲୋକସଭା ଆସନ ପାଇଁ ଦଳ ନୂଆଦିଲ୍ଲୀରୁ ପ୍ରାର୍ଥୀ ତାଲିକା ଜାରି କରିବ । ଏଥିରେ ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଲୋକସଭା ଆସନ ପାଇଁ ନାମ ପ୍ରକାଶ ପାଇପାରେ । ଏହାସହ ପ୍ରଥମ ପର୍ଯ୍ୟାୟର ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା ହେବାର ସମ୍ଭାବନା  । ଏପଟେ ବିଜେପି ଫୋକସରେ ପୁରୀ ଥିବା ଚର୍ଚ୍ଚା ହେଉଛି ।

୨୦୧୬ରେ ପୁରୀ ବଡଦାଣ୍ଡରେ ମୋଦି ରୋଡ ସୋ କରିଥିଲେ । ଗତବର୍ଷ ସେପ୍ଟେମ୍ବରରେ ପୁରୀରେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧିବେଶନ ହୋଇଥିଲା । ନିକଟରେ ପୁରୀରେ ଅନୁସୂଚିତ ଜନଜାତି ମୋର୍ଚ୍ଚାର ଅଧିବେଶନ ବି ହୋଇଥିଲା । ସୂଚନା ଅନୁଯାୟୀ ବିଜେପିର ଏକ କୋର ଟିମ୍ ପୁରୀରେ ରହି କାମ କରୁଛି । ପୁରୀରୁ ନରେନ୍ଦ୍ର ମୋଦି ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାଦ୍ବାରା ଆଉ କିଛି ହେଉ ବା ନହେଉ, ଓଡିଶା ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋକସରେ ରହିଛି ଏଭଳି ବାର୍ତ୍ତା ଦେଇଛି ଦଳ ।

   Related Posts