ମୁମ୍ବାଇରେ ରାଜ୍ କରୁଥିଲେ ପ୍ରଥମ ଲେଡି ଡନ୍: ମୋଷ୍ଟ ୱାଣ୍ଟେଡ ଦାଉଦ୍ ଇବ୍ରାହିମ ବି ନାଚୁଥିଲା ତାଙ୍କ ଇସାରାରେ…

Published By : Prameya-News7 Bureau | November 06, 2021 IST

ନୂଆଦିଲ୍ଲୀ ୦୬/୧୧ : ଅଣ୍ଡରୱାର୍ଲ୍ଡ ଦୁନିଆରେ ଦାଉଦ ଇବ୍ରାହିମଙ୍କଠୁ ବଡ଼ ଆଉ କାହା ନାଁ ନାହିଁ। କିନ୍ତୁ ଦିନେ ମୋଷ୍ଟ ୱାଣ୍ଟେଡ ଦାଉଦ ମଧ୍ୟ ଏହି ଡନଙ୍କୁ ଅବମାନନା କରୁନଥିଲା। ସେ ହେଉଛନ୍ତି ମୁମ୍ବାଇର ପ୍ରଥମ ଲେଡି ଡନ୍ ଜେନାବାଇ ଦାରୁୱାଲା। କୁହାଯାଏ ଯେ ଦାଉଦ ଇବ୍ରାହିମ୍ ଲେଡି ଡନ୍ ଜେନାବାଇ ଦାରୁୱାଲାଙ୍କ ନିର୍ଦ୍ଦେଶରେ ନାଚୁଥିଲା। କେବଳ ଏତିକି ନୁହେଁ ମୁମ୍ବାଇର ପ୍ରସିଦ୍ଧ ଡନ୍ ହାଜି ମସ୍ତାନ୍ ମଧ୍ୟ ଏହି ଲେଡି ଡନ କଥା ଶୁଣିବାକୁ ଅସ୍ବୀକାର କରିନଥିଲା। ଜଣାଶୁଣା ସାମ୍ବାଦିକ ତଥା ଲେଖକ ହୁସେନ୍ ଜାଇଦି ତାଙ୍କ ପୁସ୍ତକ 'ମାଫିଆ କୁଇନ୍ସ ଅଫ୍ ମୁମ୍ବାଇ'ରେ ଜେନାବାଇ ଦାରୁୱାଲା ବିଷୟରେ କହିଛନ୍ତି ଯେ ଜେନାବାଇ ଏକ ମୁସଲମାନ ମେମନ୍ ହାଲାଇ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଜେନାବାଇ ନିଜର ୬ ଭାଇଭଉଣୀଙ୍କ ମଧ୍ୟରୁ ଜଣେ ଥିଲେ।

ମୁମ୍ବାଇର ଡୋଙ୍ଗରି ଅଞ୍ଚଳରେ ରହୁଥିବା ଏହି ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା। କୁହାଯାଏ ଯେ ଜେନାବାଇ ଅଳ୍ପ ବୟସରେ ବିବାହ କରିଥିଲେ। ବିବାହ ପରେ ତାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ଭଲ ନଥିଲା ତେଣୁ ତାଙ୍କ ସ୍ୱାମୀ ନିଜର ୫ ସନ୍ତାନଙ୍କୁ ଛାଡି ପାକିସ୍ତାନ ଯାଇଥିଲେ। ଜରାୟାମ ଦୁନିଆକୁ ଆସିବା ଏବଂ ଜେନାବାଇରୁ ଜେନାବାଇ ଦାରୁୱାଲାକୁ ହେବାରେ ତାଙ୍କ କାହାଣୀ ବହୁତ ଆକର୍ଷଣୀୟ।

{"id":539699,"sizeSlug":"full","linkDestination":"none"}

କୁହାଯାଏ ଯେ ଜେନାବାଇ ପ୍ରଥମେ ଟଙ୍କା ରୋଜଗାର ପାଇଁ ଚାଉଳ ବିକିବା ବ୍ୟବସାୟ ଆରମ୍ଭ କରିଥିଲେ। ଏହା ପରେ ସେ ଧୀରେ ଧୀରେ ଚାଉଳ ଚୋରା ଚାଲାଣ ଆରମ୍ଭ କଲେ। ଚାଉଳ ବ୍ୟବସାୟ ଅନେକ ଦିନ କରିବା ପରେ ମଧ୍ୟ ଜେନାବାଇ ଏହି ବ୍ୟବସାୟରେ କ୍ଷତି ସହିଥିଲେ। ଏହା ପରେ ଜେନାବାଇ ବେଆଇନ ମଦ ବ୍ୟବସାୟ ଆରମ୍ଭ କରିଥିଲେ। ଜେନାବାଇ ଡୋଙ୍ଗ୍ରିରେ ମଦ ତିଆରି କରି ବିକ୍ରି କରୁଥିଲେ। ସେ ଦୀର୍ଘ ଦିନ ଧରି ଏହି ବ୍ୟବସାୟ କଲେ ​। ସେ ଏହି ବ୍ୟବସାୟରୁ ବହୁତ ଟଙ୍କା ରୋଜଗାର କଲେ। ଧିରେ ଧିରେ ସେ ଏହି ବ୍ୟବସାୟରେ ଏତେ ସଫଳ ହେଲେ ଯେ ସେ ମୁମ୍ବାଇ ଏବଂ ଡୋଙ୍ଗ୍ରି ଉପରେ ଶାସନ କରିବା ଆରମ୍ଭ କଲେ ଏବଂ ଏହି ବ୍ୟବସାୟ ତାଙ୍କୁ ଏକ ନୂଆ ନାଁ ଦେଲା ଯାହା ହେଲା ଜେନାବାଇ ଦାରୁୱାଲି।

୭୦ ଦଶକରେ ଜେନାବାଇ ମୁମ୍ବାଇର ମାଫିଆ ରାଣୀ ହୋଇଥିଲେ। ଅଣ୍ଡରୱାର୍ଲ୍ଡ ଦୁନିଆରେ ଜେନାବାଇଙ୍କ ବିନା ଅନୁମତି କିମ୍ବା ବିନା ପରାମର୍ଶରେ କୌଣସି କାମ ହେଉନଥିଲା। ଏହି ଦୁନିଆରେ ନିଜର ନାଁ ବନାଇବାକୁ ଚେଷ୍ଟା କରୁଥିବା ଦାଉଦ ଇବ୍ରାହିମ୍ ମଧ୍ୟ ସେହି ସମୟରେ ଜେନାବାଇ ଦାରୁୱାଲାଙ୍କ ଆଦେଶ କେବେ ବି ଖଣ୍ଡନ କରୁନଥିଲା। ଏହି ମାଫିଆ ରାଣୀଙ୍କୁ ହାଜି ମସ୍ତାନ୍, ଭରଦରାଜନ୍ ମୁଦାଲିଅର୍, କରିମ୍ ଲାଲା ଏବଂ ଡାୱୁଡ୍ ଇବ୍ରାହିମ୍ - ମାଉସୀ ଡାକୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.