ପୁଣି ବିବାଦରେ ଶ୍ରୀମନ୍ଦିର ସେବାୟତ ! ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ
26/06/2018 at 9:41 AM

ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦଙ୍କୁ ଅସମ୍ମାନ ଅଭିଯୋଗ ସାମ୍ନାକୁ ଆସିଛି … ଏ ନେଇ ରାଷ୍ଟ୍ରପତି ଭବନ ଗଭୀର ଅସନ୍ତୋଷ ପ୍ରକାଶ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ତନାଘନା ଆରମ୍ଭ କରିଛି …. ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ୩ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି … ଗତ ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପତ୍ନୀଙ୍କ ସହ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ …. ଦର୍ଶନ ସମୟରେ ରତ୍ନ ସିଂହାସନରେ ମଥା ରଖିବା ପାଇଁ ରାଷ୍ଟ୍ରପତି ଯିବାବେଳେ ସେଠାରେ ଥିବା ସେବକ ତାଙ୍କୁ ଦୁର୍ବ୍ୟବହାର ଦେଖାଇଥିଲେ ….