ଦେଶର ପ୍ରଥମ ଜ୍ୟୋତିଷ ଚିକିତ୍ସା କେନ୍ଦ୍ରରେ ଆରମ୍ଭ ହେଲା ସ୍ୱାସ୍ଥ୍ୟ ସେବା, ଔଷଧ ନୁହେଁ ଜପ ଓ ଉପାସନାରେ ହେଉଛି ଚିକିତ୍ସା

Published By : Prameya-News7 Bureau | December 01, 2021 IST

ଦରଭଙ୍ଗା ୧।୧୨:  ବିହାର ଦରଭଙ୍ଗାରେ ଦେଶର ପ୍ରଥମ ଜ୍ୟୋତିଷ ଚିକିତ୍ସା କେନ୍ଦ୍ର ସେବା ଆରମ୍ଭ କରିଛି। ଚିକିତ୍ସା କେନ୍ଦ୍ରର ଉଦଘାଟନ ପରଠାରୁ ଏଠାକୁ ରୋଗୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଯାଇଛି। ଲୋକେ ନିଜନିଜ ଜାତକ ଧରି ଚିକିତ୍ସା କେନ୍ଦ୍ରକୁ ଆସୁଥିବା ବେଳେ ବୈଦ୍ୟ ସେମାନଙ୍କ ଜାତକ, ହସ୍ତରେଖା ଓ ରାଶି ଅନୁସାରେ ଚିକିତ୍ସକୀୟ ପରାମର୍ଶ ଦେଉଛନ୍ତି। ରୋଗୀଙ୍କ ଗ୍ରହନକ୍ଷତ୍ର ଓ ସେମାନଙ୍କ ସ୍ଥିତିକୁ ଅତ୍ୟନ୍ତ ଗହନ ଅନୁଧ୍ୟାନ କରି ବିଶେଷଜ୍ଞ ରୋଗ ନିରୁପଣ କରୁଛନ୍ତି।

{"id":552717,"width":839,"height":479,"sizeSlug":"full","linkDestination":"none"}

ଦରଭଙ୍ଗା ଆୟୁର୍ବେଦ ମହାବିଦ୍ୟାଳୟରେ ଏହି ଚିକିତ୍ସାକେନ୍ଦ୍ର ଗତ ନଭେମ୍ବର ୨୮ ତାରିଖ ଦିନ ଉଦଘାଟିତ ହୋଇଥିଲା। ଏହା କେବଳ ଭାରତ ନୁହେଁ ବିଶ୍ୱର ପ୍ରଥମ ସରକାରୀ ସ୍ୱୀକୃତ ଜ୍ୟୋତିଷ ଚିକିତ୍ସାକେ ନ୍ଦ୍ରବୋଲି କୁହାଯାଉଛି। ଚିକିତ୍ସା କେନ୍ଦ୍ର ଖୋଲିବା ପରଠାରୁ ଏଠାକୁ ନାନା ଅସାଧ୍ୟ ରୋଗରେ ପୀଡ଼ିତ ରୋଗୀଙ୍କ ସୁଅ ଛୁଟିଛି। ଅନେକ ଲୋକଙ୍କ ପାଖରେ ସେମାନଙ୍କର ଜାତକ ନାହିଁ। ଏଥିରେ ବିଶେଷଜ୍ଞ ଲୋକଙ୍କ ଜନ୍ମ ସମୟ ତାରିଖ ଓ ସ୍ଥାନକୁ ନେଇ କୁଣ୍ଡଳି ପ୍ରସ୍ତୁତ କରିବା ସହ ରୋଗ ନିରୂପଣ କରୁଛନ୍ତି। ଏଥିରେ ଆବଶ୍ୟକତା ସ୍ଥଳରେ ରୋଗୀଙ୍କୁ ଆୟୁର୍ବେଦୀୟ ଔଷଧ ମଧ୍ୟ ପ୍ରେସକ୍ୟୁସନ କରୁଛନ୍ତି ବିଶେଷଜ୍ଞ।

{"id":552718,"width":839,"height":559,"sizeSlug":"full","linkDestination":"none"}

ଲୋକ କହୁଛନ୍ତି ପୂର୍ବରୁ ଭାରତୀୟ ଚିକିତ୍ସାରେ ଜ୍ୟୋତିଷୀ ମଧ୍ୟ ସାମିଲ ଥିଲା। ସେତେବେଳର ବୈଦ୍ୟରାଜମାନେ ଜ୍ୟୋତିଷ ବିଦ୍ୟାରେ ପାରଙ୍ଗମ ଥିଲେ । ଏଣୁ ଆୟୁର୍ବେଦକୁ ଜ୍ୟୋତିଷରୁ ପୃଥକ ମନେ କରାଯାଏନି। ସରକାରୀ ଆୟୁର୍ବେଦ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ତଥା ଚିକିତ୍ସା ମହାବିଦ୍ୟାଳୟ ପ୍ରାଚାର୍ଯ୍ୟ ଡା. ଦିନେଶ୍ୱର ପ୍ରସାଦ ପ୍ରାଚୀନ କାଳରେ ଏହି ବିଜ୍ଞାନ ଅତ୍ୟନ୍ତ ଲୋକପ୍ରୀୟ ଓ ଜନକଲ୍ୟାଣକାରୀ ସାବ୍ୟସ୍ତ ହୋଇଥିଲା। ତେବେ ପରିବର୍ତ୍ତିତ ସମୟ ସହ ଏହି ଚିକିତ୍ସା ପଦ୍ଧତୀ ହଜି ଯାଇଥିବା ବେଳେ ଏବେକାର ଲୋକେ ସ୍ୱାସ୍ଥ୍ୟ ଲାଗି ଭିନ୍ନ ଚିକିତ୍ସା ଉପାୟ ଅବଲମ୍ବନ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.