ନିବେଶକ ହେବେ କୋଟିପତି ! ଆସନ୍ତା ସପ୍ତାହରେ ଆସିବ ଚଳିତ ବର୍ଷର ପ୍ରଥମ ଆଇପିଓ

Published By : Prameya-News7 Bureau | January 14, 2021 IST

ନୂଆଦିଲ୍ଲୀ, ୧୪/୦୧: କରୋନା ମହାମାରୀ ସଙ୍କଟ ଭିତରେ ୨୦୨୦ ବର୍ଷ ନିବେଶକଙ୍କ ପାଇଁ ଭଲ ରହିଥିଲା। ଆଇପିଓ ବଜାରରେ ମଧ୍ୟ ଉତ୍ସାହ ରହିଥିଲା । ପାଖାପାଖି ୧୫ଟି ବଡ଼ ବଡ଼ କମ୍ପାନୀ ଆଇପିଓ ଲଞ୍ଚ କରିଥିଲେ । ଯେଉଁଥିରେ ପ୍ରାୟ ସମସ୍ତ ଆଇପିଓ ଜବରଦସ୍ତ ଲିଷ୍ଟିଙ୍ଗ୍‌ ହୋଇଥିଲା ଏବଂ ନିବେଶକ ଭଲ ଲାଭ ମଧ୍ୟ କମାଇଥିଲେ । କେତେକ ଆଇପିଓର ଲିଷ୍ଟିଙ୍ଗ୍‌ ପ୍ରାଇସ୍‌ ବ୍ୟାଣ୍ଡର ଦୁଇଗୁଣା ମୂଲ୍ୟରେ ଆବେଦନ ହୋଇଥିଲା ।

୨୦୨୧ରେ ଆଇପିଓ ବଜାର ମଧ୍ୟ ଭଲ ରହିବ ବୋଲି ଆଶା କରାଯାଉଛି । କେତେକ ବଡ଼ କମ୍ପାନୀ ସେମାନଙ୍କର ଆଇପିଓ ଲଞ୍ଚ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଏଥି ସହିତ ୨୦୨୧ର ପ୍ରଥମ ଆଇପିଓ ଜାନୁଆରୀ ୧୮ ତାରିଖରେ ଲଞ୍ଚ ହେବାକୁ ଯାଉଛି । ଏହା ଦୁଇଦିନ ପର୍ଯ୍ୟନ୍ତ ନିବେଶକଙ୍କ ପାଇଁ ଖୋଲା ରହିବା ସହ ୨୦ ଜାନୁଆରୀରେ ବନ୍ଦ ହେବ ବୋଲି ସୂଚନା ମିଳିଛି ।

{"id":392126,"sizeSlug":"large","linkDestination":"none"}

ଏହି ଆଇପିଓ ଲଞ୍ଚରେ ଇଣ୍ଡିଆନ୍‌ ରେଲ୍‌ୱେ ଫାଇନାନ୍ସ କର୍ପୋରେଶନ୍ (ଆଇଆରଏଫ୍‌ସି)  ୪ ହଜାର ୬ ଶହ କୋଟି ଟଙ୍କା ଏକାଠି କରିବା ପାଇଁ ଜୋରଦାର ପ୍ରସ୍ତୁତି କରୁଛି । ଆଇଆରଏଫ୍‌ସିର ଏହି ଆଇପିଓ ଦେଶରେ ନନ୍‌-ବ୍ୟାଙ୍କିଙ୍ଗ୍ ଫାଇନାନ୍ସସିଆଲ୍ କମ୍ପାନୀ ମାନଙ୍କ ମଧ୍ୟରେ ପ୍ରଥମ ଆଇପିଓ। ୧୮ ଜାନୁଆରୀରୁ ୨୦ ଜାନୁଆରୀ ପର୍ଯ୍ୟନ୍ତ ଖୁଚୁରା ନିବେଶକମାନେ ଏହି ଆଇପିଓ ବଜାରରୁ କିଣି ପାରିବେ। କିନ୍ତୁ ଆଙ୍କର ଇନ୍‌ଭେଷ୍ଟରଙ୍କ ପାଇଁ ଏହା ଜାନୁଆରୀ ୧୫ରୁ ଖୋଲିବ ବୋଲି ସୂଚନା ରହିଛି ।

ଆଇଆରଏଫ୍‌ସି ଏହି ଆଇପିଓ ପାଇଁ ନିଜ ସେୟାରର ଇସ୍ୟୁ ପ୍ରାଇସ୍ ବ୍ୟାଣ୍ଡକୁ ୨୫ରୁ ୨୬ ଟଙ୍କା ମଧ୍ୟରେ ନିର୍ଦ୍ଧାରିତ କରିଛି । ଏହି ଆଇପିଓରେ ନିବେଶକଙ୍କୁ ନିହାତି ଭାବେ ୫୭୫ଟି ସେୟାର ପାଇଁ ଆବେଦନ କରିବାକୁ ପଡ଼ିବ । ଏହାର ଗୋଟିଏ ଲଟ୍‌ରେ ୫୭୫ଟି ସେୟାର ରହିଛି । ନିବେଶକମାନେ ପାଖାପାଖି ୧୩ଟି ଲଟ୍‌ କିଣିବା ପାଇଁ ଆବେଦନ କରିପାରିବେ । ତେବେ ଆଇଆରଏଫ୍‌ସି ୧୭୮ କୋଟି ସେୟାର ଆଇପିଓ ମାଧ୍ୟମରେ ବଜାରକୁ ଛାଡ଼ିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.