Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଚନ୍ଦ୍ରରେ ପାଦ ରଖିବେ ପ୍ରଥମ ଭାରତୀୟ: ୧୦ ମହାକାଶ ଯାତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା, ତାଲିକାରେ ଭାରତୀୟ ବଂଶୋଦ୍ଭବ

8/12/2021 at 8:21 AM

ନୂଆଦିଲ୍ଲୀ ୦୮/୧୨: ଚନ୍ଦ୍ର ଯାଇପାରନ୍ତି ପ୍ରଥମ ଭାରତୀୟ । ମୁନ୍ ମିଶନ ପାଇଁ ନାସା ୧୦ଜଣ ଟ୍ରେନି ଆଷ୍ଟ୍ରୋନଟ୍ ଚୟନ କରିଛି । ଏହା ଭିତରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଅନିଲ ମେନନ । ଏପର୍ଯ୍ୟନ୍ତ କୌଣସି ଭାରତୀୟ ଚନ୍ଦ୍ରରେ ପାଦ ରଖି ନାହାନ୍ତି । ଅନିଲ ମେନନ ଯଦି ସଫଳ ହୁଅନ୍ତି ତେବେ ଚନ୍ଦ୍ରରେ ପାଦ ରଖିବାରେ ସେ ହେବେ ପ୍ରଥମ ଭାରତୀୟ ।

୪୫ ବର୍ଷୀୟ ଅନିଲ ମେନନ ଆମେରିକା ଏୟାରଫୋର୍ସରେ ଲେଫଟନାଣ୍ଟ କର୍ଣ୍ଣେଲ ଅଛନ୍ତି । ସେ ସ୍ପେସ୍ଏକ୍ସରେ ଫ୍ଲାଇଟ୍ ସର୍ଜେଣ୍ଟ ମଧ୍ୟ ଅଛନ୍ତି । ନାସା ଚୟନ କରିଥିବା ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ୬ ପୁରୁଷ ଏବଂ ୪ମହିଳା । ଆଗରୁ ମହାକାଶକୁ ଯାଇଛନ୍ତି ୪ ଭାରତୀୟ । ୧୯୮୪ ଏପ୍ରିଲ ୩ ରେ ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବରେ ମହାକାଶ ଯାଇଥିଲେ ।

ଏହାପରେ ଭାରତୀୟ ବଂଶୋଦ୍ଦଭ ଭାବରେ କଳ୍ପନା ଚାୱଲା, ସୁନୀତା ୱିଲିୟମସ୍ ଏବଂ ରାଜା ଚାରୀ ମହାକାଶ ଯାଇଛନ୍ତି । ତେବେ ଅନିଲ ମେନନ ଯଦି ମୁନ୍ ମିଶନରେ ସାମିଲ ହୁଅନ୍ତି ତେବେ ଚନ୍ଦ୍ରକୁ ଯିିବାରେ ସେ ହେବେ ପ୍ରଥମ ଭାରତୀୟ ବଂଶୋଦ୍ଦଭ । ଅନିଲ ମେନନଙ୍କ ମା ଭାରତୀୟ ଏବଂ ବାପା ୟୁକ୍ରେନୀୟ । ସେ ଆମେରିକାର ମିନେସୋଟା ସହରରେ ବଢ଼ିଛନ୍ତି ।

୧୯୯୯ରେ ହାଭାର୍ଡ ବିଶ୍ବବିଦ୍ୟାଳୟରୁ ଅନିଲ ନ୍ୟୁରୋ ବାୟୋଲୋଜିରେ ସ୍ନାତକ କରିଥିଲେ । ୨୦୦୪ରେ କାଲିଫର୍ଣ୍ଣିଆର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂ କରିଥିଲେ । ଷ୍ଟାନଫୋର୍ଡ ମେଡିକାଲ ସ୍କୁଲ ରୁ ମଧ୍ୟ ସେ ଡାକ୍ତର ଡିଗ୍ରୀ ହାସଲ କରିଛନ୍ତି । ଅନିଲ ନାସାର ଅନେକ ମିଶନ ପାଇଁ କ୍ରୁ ଫ୍ଲାଇଟ୍ ସର୍ଜନ ଭାବରେ କାମ କରିଛନ୍ତି । ୧୨ହଜାର ଲୋକ ନାସାର ମୁନ୍ ମିଶନ ପାଇଁ ଆବେଦନ କରିଥିଲେ । ଏଭିତରୁ ୧୦ ଜଣଙ୍କୁ ଟ୍ରେନିଂ ପାଇଁ ବଛାଯାଇଛି ।

ଆସନ୍ତା ବର୍ଷ ଏମାନେ ସମସ୍ତେ ଟେକସାସ୍ ର ଜନସନ୍ ସ୍ପେସ୍ ସେଣ୍ଟରରେ ଯୋଗ ଦେବେ । ସେଠାରେ ୨ ବର୍ଷର ତାଲିମ ପରେ ନାସାର ସ୍ବତନ୍ତ୍ର ପ୍ରୋଗ୍ରାମ୍ ରେ ଭାଗ ନେବେ । ୨୦୨୫ରେ ନାସା ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଚନ୍ଦ୍ରକୁ ପଠାଇବା ପାଇଁ ଯୋଜନା କରିଛି ।

   Related Posts