Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଭାରତୀୟ କମ୍ପାନୀ ଲଞ୍ଚ କଲେ ‘କରୋନା ହୋମ ଟେଷ୍ଟ କିଟ୍’, ଜାଣନ୍ତୁ ମୂଲ୍ୟ କେତେ ?

3/04/2020 at 1:05 PM

ନୂଆଦିଲ୍ଲୀ ୩।୪:   ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସାରା ଦେଶରେ ଏବେ ୨ ହଜାର ୩୨୮ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୬ ଜଣ ପ୍ରାଣ ହରାଇଛନ୍ତି। ଏଣୁ ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ପରୀକ୍ଷା କରାଯାଉଛି। ଏଥିରେ ପରୀକ୍ଷଣ ଲାଗି ଏପର୍ଯ୍ୟନ୍ତ ୫୦ ହଜାର ଲୋକଙ୍କ ନମୁନା ସଂଗ୍ରୁହିତ ହୋଇଛି। ତେବେ ଅନେକ ଲୋକେ ପରୀକ୍ଷଣ ସୁବିଧା ନଥିବାରୁ ସେମାନଙ୍କ ଲକ୍ଷଣର ପରୀକ୍ଷା କରି ପାରୁନାହାନ୍ତି। ଖାସ୍ ଏପରି ଲୋକଙ୍କ ଲାଗି ବେଙ୍ଗାଲୁରର ଏକ କମ୍ପାନୀ ଭାରତର ପ୍ରଥମ ହୋମ ଟେଷ୍ଟ କିଟ୍ ବଜାରକୁ ଛାଡିଛନ୍ତି।

ଏହି କିଟ୍ ଆପଣ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି କି ନା ତାହା ଏବେ ଆପଣଙ୍କୁ ଜଣାଇଦେବ। ବାୟୋନ କମ୍ପାନୀ ଦ୍ୱାରା ବଜାରକୁ ଛାଡିଥିବା ଏହି କିଟ୍‌କୁ ‘ରାପିଡ୍ କୋଭିଡ୍-୧୯ ଆଟ୍ ହୋମ’ ନାମକରଣ କରିଛନ୍ତି। ଏଥିରେ ଆପଣ ମାତ୍ର କିଛି ସେକେଣ୍ଡରେ କରୋନା ସଂକ୍ରମିତ ହୋଇଛନ୍ତି କି ନା ଜାଣିପାରିବା ସହ ଆବଶ୍ୟକ ଜରୁରି ପଦକ୍ଷେପ ଗ୍ରହଣ କରିପାରିବେ। ଅନ୍ୟପକ୍ଷରେ ପ୍ରଥମ ଥର ଏଭଳି କିଟ୍ ଉଦଭାବନ କରି ଦେଶର ପ୍ରଥମ କମ୍ପାନୀ ହୋଇଛି।

ବାୟୋନଙ୍କ ଏହି କିଟ୍‌କୁ ଚିକିତ୍ସା ନିୟାମକଙ୍କ ମଞ୍ଜୁରି ମିଳିଯାଇଛି। ଏହି କିଟ୍ ଆପଣ ଅଲାଇନରେ ବି ମଗାଇ ପାରିବେ। ଏଥିଲାଗି ଆପଣଙ୍କୁ www.bione.in  ରୁ କ୍ରୟ କରାଯାଇପାରିବ। ଏହି କିଟ୍‌ର ମୂଲ୍ୟ ମାତ୍ର ୨ହରୁ ୩ ହଡାର ଟଙ୍କା ମଧ୍ୟରେ। ଅର୍ଡର କରାଯିବାର ୨ରୁ ୩ଦିନରେ କମ୍ପାନୀ ଟେଷ୍ଟକିଟ୍ ଡେଲିଭରି କରିଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ତେବେ କମ୍ପାନୀ ପ୍ରଥମ ସପ୍ତାହର ୨୦ ହଜାର କିଟ୍ ସପ୍ଲାଇ ପାଇଁ ଉତ୍ପାଦନ ଜାରି ରଖିଛନ୍ତି।

ଦେଶରେ ବଢୁଥିବା କରୋନା ପ୍ରକୋପରେ ଏହି ଟେଷ୍ଟ କିଟ୍ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ଆଶାକରାଯାଉଛି। ଦେଶରେ କରୋନା ସଂକ୍ରମଣଠାରୁ କମ୍ପାନୀ ଏହି ଦିଗରେ କାର୍ଯ୍ୟ କରୁଥିଲା, ଯାହାର ପରିଣାମ ଏବେ ସାମ୍ନାକୁ ଆସିଥିବା ବାଇଓନ୍‌ର ମୁଖ୍ୟ ଡା.ସୁରେନ୍ଦ୍ର ଚିକାରା କହିଛନ୍ତି।

   Related Posts