Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଧାରା ୩୭୦ ଉଚ୍ଛେଦର ୨୨ଦିନ ପରେ କାଶ୍ମୀରରେ ଆତଙ୍କବାଦୀ ନେଲେ ପ୍ରଥମ ମୁଣ୍ଡ : ୨ଜଣଙ୍କୁ କରିଥିଲେ ଅପହରଣ, ଆଉ ଜଣଙ୍କର ମିଳୁନି ପତ୍ତା…

27/08/2019 at 5:42 PM

ଶ୍ରୀନଗର୨୭|୮: ଜମ୍ମୁ-କାଶ୍ମୀରର ପୁଲଓ୍ବାମା ଜିଲ୍ଲାରେ ଦୁଇଜଣ ଗୁଜ୍ଜର ସଂପ୍ରଦାୟର ବ୍ୟକ୍ତିଙ୍କୁ ଆତଙ୍କବାଦୀ ଅପରଣ କରି ନେଇଥିଲେ। ଏମାନଙ୍କୁ ମଧ୍ୟରୁ ଜଣଙ୍କୁ ଗୁଳିକରି ନିର୍ମମଭାବେ ହତ୍ୟା କରାଯାଇଛି।ଜମ୍ମୁ-କାଶ୍ମରରୁ ଧାରା ୩୭୦ ଉଚ୍ଛେଦର ୨୨ ଦିନପରେ ଏହା ପ୍ରଥମ ହତ୍ୟାକାଣ୍ଡ ।

ପୋଲିସ କହିବା ମୁତାବକ, ଜମ୍ମ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦପରେ ଶାନ୍ତି, ଶୃଙ୍ଖଳାକୁ ଲକ୍ଷ୍ୟକରି ସରକାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରିଥିଲେ। ଗତକାଲି ଅବଦୁଲ କାଦୀର କୋହଲି ଓ ମଞ୍ଜୁର ଅହମଦ ଉଭୟଙ୍କୁ ଆତଙ୍କବାଦୀମାନେ ଅପହରଣ କରିଥିଲେ।

ପୁଲଓ୍ବାମା ଅଞ୍ଚଳରେ ଥିବା ଜଙ୍ଗଲରୁ ସୋମବାର ଦିନ କୋହଲିଙ୍କ ମୃତ ଦେହ ମିଳିଥିଲା। କିନ୍ତୁ ମଞ୍ଜୁର ଅହମଦଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳି ନାହିଁ।ରାଜୌରି ଜିଲ୍ଲାରେ କୋହିଲି ଓ ଶ୍ରୀନଗର ଜିଲ୍ଲାରେ ମଞ୍ଜୁର ଅହମଦ ରହୁଥିଲେ।

ଜମ୍ମ-କାଶ୍ମୀରରୁ ଧାରା ୩୭୦ ହଟିବାର ୧୫ ଦିନପରେ ଅର୍ଥାତ ଅଗଷ୍ଟ ୨୦ ତାରିଖରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା।ଏଥିରେ ଜଣେ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲା

   Related Posts