ମିଳିଲା ଭାରତରେ COVID-19 ସୃଷ୍ଟି କରୁଥିବା କରୋନା ଭାଇରସର ପ୍ରଥମ ଫଟୋ, କେରଳ ନମୁନାରୁ ପାଇଲେ ବୈଜ୍ଞାନିକ

Published By : Prameya-News7 Bureau | March 27, 2020 IST

ପୁନେ: ଭାରତରେ କରୋନା ସଂକ୍ରମଣ କରୁଥିବା ସିଓଭିଆଇଡି-୧୯ ଭୂତାଣୁର ପ୍ରଥମ ଫଟୋ ଏବେ ଭାଇରାଲ ହେଉଛି। ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ ଭାଇରଲୋଜି (ଏନଆଇଭି) ପୁଣେର ବୈଜ୍ଞାନିକମାନେ ଏହି ଫଟୋ ଚିତ୍ର ଜାରି କରିଛନ୍ତି। ଇଲେକ୍ଟ୍ରନ ମାଇକ୍ରୋସ୍କୋପ ଇମେଜିଂ ଦ୍ୱାରା ଉଠାଯାଇଥିବା ଭୂତାଣୁର ଏହି ଫଟୋ ଇଣ୍ଡିଆନ ଜର୍ଣ୍ଣାଲ ଅଫ ମେଡିକାଲ ରିସର୍ଚ୍ଚରେ ପ୍ରକାଶିତ ହୋଇଛି।

{"id":244978,"sizeSlug":"large"}

ସିଓଭିଆଡି-୧୯ ସୃଷ୍ଟି କରୁଥିବା ଏହି ଭୂତାଣୁର ପ୍ରଥମ ପ୍ରୟୋଗଶାଳା ଚିତ୍ର ଗତ ଜାନୁୟାରୀ ୩୦ ତାରିଖରେ ଚୀନରେ ଜାରି ହୋଇଥିଲା, ଯାହା ଜନୈକା ସଂକ୍ରମିତଙ୍କ ଶ୍ୱାଶ ନଳୀରୁ ସଂଗୃହୀତ ନମୁନାରେ ଦେଖାଯାଇଥିଲା। ଚୀନ ଉହାନରେ ସୃଷ୍ଟି ହୋଇଥିବା ଏହି ଭୂତାଣୁ ତାର ପ୍ରଥମ ସଂକ୍ରମଣରେ ୫ଲକ୍ଷ ୪୦ ହଜାର ଲୋକଙ୍କୁ ସଂକ୍ରମିତ  କରିଥିବାବେଳେ ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୨୫ ହଜାର ଲୋକଙ୍କ ମୃତ୍ୟୁ ହେଲାଣି। 

{"id":244979,"sizeSlug":"large"}

ତେବେ ପୁନେର ବୈଜ୍ଞାନିକମାନେ ଭୂତାଣୁର ଯେଉଁ ଚିତ୍ର ଜାରି କରିଛନ୍ତି ତାହା କେରଳର ସିଓଭିଆଇଡି-୧୯ର ଏକ ମାମଲାରୁ ମିଳିଛି । ଚିତ୍ରରୁ ଭୂତାଣୁର ଯେଉଁ ଚେହେରା ଦେଖାଯାଇଛି ତାହାର ସାମାଞ୍ଜସ୍ୟ  ୨୦୧୨ରେ ମଧ୍ୟପ୍ରାଚ୍ୟରେ  ବ୍ୟାପିଥିବା ମର୍ସ-ସିଓଭି ସହ ରହିଛି। ଏହା ପୂର୍ବରୁ ୨୦୦୨ ମସିହାରେ ସାର୍ସ-ସିଓଭି ସମଗ୍ର ବିଶ୍ୱକୁ ସଞ୍ଚରି ଯାଇଥିଲା। କରୋନା ଭାଇରସ ଦେଖିବାକୁ ଠିକ ମୁକୁଟ ଭଳି। ଏଣୁ ବୈଜ୍ଞାନିକମାନେ ଏହାକୁ କରୋନା ନାମରେ ନାମିତ କରିଛନ୍ତି। ଲାଟିନ ଶବ୍ଦ କରୋନା ଅର୍ଥାତ କ୍ରାଉନରୁ ଏହି ନାମକରଣ ହୋଇଥିବା କହିଛନ୍ତି ଆଇସିଏମଆରର ପୂର୍ବତନ ନିର୍ଦ୍ଦେଶକ ଡା. ନିର୍ମଳ କୁମାର ଗାଙ୍ଗୁଲୀ।

{"id":244980,"sizeSlug":"large"}

ତେବେ ଡା. ଗାଙ୍ଗୁଲୀଙ୍କ ଅନୁସାରେ ଭାରତରେ ବୈଜ୍ଞାନିକ ଭୂତାଣୁର ନେଇଥିବା ଫଟୋ କ୍ଲିନିକାଲ ନମୁନା  ଅଧ୍ୟୟନରେ ସହାୟକ ହେବା ସହ ଭୂତାଣୁର ଆନୁବଂଶିକ ଓ ବିବର୍ତ୍ତନ ସ୍ପଷ୍ଟ କରିବ।  ଯାହା ଏହାର ନିୟନ୍ତ୍ରଣ ଲାଗି ଔଷଧ ଓ ଟିକା  ବିକାଶରେ ସହାୟକ ହୋଇପାରିବ ବୋଲି ଡା. ଗାଙ୍ଗୁଲୀ ଆଶାବ୍ୟକ୍ତ କରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.