Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଦେଶର ପ୍ରଥମ IAS ଅଫିସର, ଯିଏକି ମାତ୍ର ୨୧ ବର୍ଷ ବୟସରେ ପାଇଥିଲେ ସଫଳତା

28/09/2021 at 11:22 AM

ନୂଆଦିଲ୍ଲୀ ୨୮/୦୯: ସିଭିଲ ସର୍ଭିସେସ୍ ମୁଖ୍ୟ ପରୀକ୍ଷା ୨୦୨୦ ପାଇଁ ଚୂଡ଼ାନ୍ତ ଫଳାଫଳ ବାହରିଛି। ଏହି ଫଳାଫଳ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ ସେପ୍ଟେମ୍ବର ୨୪ରେ ଘୋଷଣା କରିଛି। ପରୀକ୍ଷାରେ ମୋଟ ୭୬୧ ଜଣ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କରିଛନ୍ତି। ବିହାରର କାଟିହର ଜିଲ୍ଲାର ବାସିନ୍ଦା ଶୁଭମ୍ କୁମାର ସିଭିଲ୍ ସର୍ଭିସେସ୍ ମେନ୍ ପରୀକ୍ଷା ୨୦୨୦ ରେ ଟପ୍ କରିଛନ୍ତି। କିନ୍ତୁ, ଆପଣ ଜାଣନ୍ତି କି ଭାରତର ପ୍ରଥମ IAS ଅଧିକାରୀ କିଏ ଥିଲେ?

କେବେ ହୋଇଥିଲା ସିଭିଲ ସର୍ଭିସ ପରୀକ୍ଷା ଆରମ୍ଭ?

Upc.gov.in ଅନୁଯାୟୀ, ବ୍ରିଟିଶମାନେ ୧୮୫୧ ମସିହାରେ ଭାରତରେ ସିଭିଲ ସର୍ଭିସ ପରୀକ୍ଷା ଆରମ୍ଭ କରିଥିଲେ, ଯାହା ସଂସଦର ଚୟନ କମିଟିର ଲର୍ଡ ମାକାଉଲେଙ୍କ ରିପୋର୍ଟ ପରେ ଆରମ୍ଭ ହୋଇଥିଲା। ଏହାପୂର୍ବରୁ ସରକାରୀ କର୍ମଚାରୀଙ୍କ ନାମାଙ୍କନ ଇଷ୍ଟ ଇଣ୍ଡିଆ କମ୍ପାନୀର ନିର୍ଦ୍ଦେଶକଙ୍କ ଦ୍ୱାରା କରାଯାଉଥିଲା । ଯାହାଙ୍କୁ ଲଣ୍ଡନର ହେଲିବେରୀ କଲେଜରେ ତାଲିମ ପରେ ଭାରତ ପଠାଯାଉଥିଲା। ୧୮୫୧ ରେ ସିଭିଲ ସର୍ଭିସ କମିଶନ ଗଠନ ପରେ ୧୮୫୫ ମସିହାରେ ଲଣ୍ଡନରେ ପ୍ରତିଯୋଗୀତା ପରୀକ୍ଷା ଆରମ୍ଭ କରାଯାଇଥିଲା। ଏଥିପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୩ ବର୍ଷ ଥିଲା, କିନ୍ତୁ ଏହି ପରୀକ୍ଷା ଭାରତୀୟଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା।

କିଏ ଥିଲେ ଭାରତର ପ୍ରଥମ IAS ଅଫିସର୍?

ରବୀନ୍ଦ୍ରନାଥ ଟାଗୋରଙ୍କ ବଡ ଭାଇ ସତ୍ୟେନ୍ଦ୍ରନାଥ ଟାଗୋର ପ୍ରଥମ ଭାରତୀୟ ଥିଲେ ଯିଏକି ୧୮୬୪ ମସିହାରେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଥିଲେ। ସତ୍ୟେନ୍ଦ୍ରନାଥ ଟାଗୋର ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି ଆଇଏଏସ୍ ଅଧିକାରୀ ହୋଇଥିଲେ। ସତ୍ୟେନ୍ଦ୍ରନାଥ ପରୀକ୍ଷା ପାଇଁ ୧୮୬୨ ମସିହାରେ ଭାରତରୁ ଇଂଲଣ୍ଡ ଯାଇଥିଲେ। ସେ ୧୮୬୩ ମସିହାରେ ସିଭିଲ୍ ସେବା ପାଇଁ ମନୋନୀତ ହୋଇଥିଲେ ଏବଂ ଇଂଲଣ୍ଡରେ ଟ୍ରେନିଂ ସମାପ୍ତ କରି ୧୮୬୪ ମସିହାରେ ଭାରତ ଫେରିଥିଲେ। ସେ ସରକାରୀ ଭାବେ ଭାରତର ପ୍ରଥମ ଆଇଏଏସ୍ ଅଧିକାରୀ ଥିଲେ। ଏହା ପରେ ତାଙ୍କୁ ବମ୍ବେ ପ୍ରେସିଡେନ୍ସିରେ ଏବଂ କିଛି ମାସ ପରେ ଅହମ୍ମଦାବାଦ ସହରରେ ପୋଷ୍ଟ କରାଯାଇଥିଲା।

ସତ୍ୟେନ୍ଦ୍ରନାଥ ଟାଗୋର ଜୁନ୍ ୧, ୧୮୪୨ ରେ ଜନ୍ମଗ୍ରହଣ କରିଥିଲେ। ସେ ହିନ୍ଦୁ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ଏବଂ ୧୮୫୭ ମସିହାରେ କଲିକତା ବିଶ୍ୱବିଦ୍ୟାଳୟ ପାଇଁ ପରୀକ୍ଷା ଦେଇଥିବା ପ୍ରଥମ ଛାତ୍ର ଥିଲେ। ସତ୍ୟେନ୍ଦ୍ରନାଥ ମାତ୍ର ୧୭ ବର୍ଷ ବୟସରେ ଜ୍ଞାନଦାନନ୍ଦିନୀ ଦେବୀଙ୍କୁ ବିବାହ କରିଥିଲେ। ଯେତେବେଳେ ସେ IAS ଅଧିକାରୀ ହୋଇଥିଲେ, ସେତେବେଳେ ତାଙ୍କୁ ପ୍ରାୟ ୨୧ ବର୍ଷ ହୋଇଥିଲା। ସେ ନିଜ କର୍ତ୍ତବ୍ୟକୁ ଭଲ ଭାବରେ ପାଳନ କରିଥିଲେ। ସେ ଜଣେ ସାହିତ୍ୟିକ ପରିବାରରୁ ଆସିଥିଲେ, ତେଣୁ ସେ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅନେକ କାର୍ଯ୍ୟ କରିଥିଲେ।

   Related Posts