Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କରୋନା ପରେ ଏବେ ‘Monkey-B’ ଭାଇରସ : ବିଶ୍ବରେ ପ୍ରଥମ ମୃତ୍ୟୁ, ମାଙ୍କଡ ନମୂନା ପରୀକ୍ଷା ବେଳେ ସଂକ୍ରମିତ ହୋଇଥିଲେ

19/07/2021 at 8:27 PM

ବେଜିଂ ୧୯/୦୭ : ଦିନକୁ ଦିନ ଘାତକ ହେବାରେ ଲାଗିଛି ମଙ୍କି-ବି ଭାଇରସ । ଏହି ନୂଆ ଭାଇରସ ଦ୍ବାରା ଚୀନରେ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । Monkey-B ଭାଇରସ ଦ୍ବାରା ଜଣଙ୍କର ମୃତ୍ୟୁ ହେବା ପରେ ଚିନ୍ତା ବଢିଛି । ମୃତକ ହେଉଛନ୍ତି ଜଣେ ପ୍ରାଣୀ ଚିକିତ୍ସକ । ୨ଟି ମୃତ ମାଙ୍କଡଙ୍କ ସଂସ୍ପର୍ଶରେ ଆସିବା ପରେ ଗତ ମାର୍ଚ୍ଚ ମାସରେ ସେ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇଥିଲେ । ଏହା ପରେ ତାଙ୍କର ଚିକିତ୍ସା ଜାରି ରହିଥିଲା ।

ସୂଚନା ଅନୁସାରେ ମୃତକ ୫୩ ବର୍ଷୀୟ ପ୍ରାଣୀ ଚିକିତ୍ସକ ମାଙ୍କଡଙ୍କ ନମୂନା ସଂଗ୍ରହ କରି ସେଗୁଡିକୁ ପରୀକ୍ଷା କରୁଥିଲେ । ଏହା ପରେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ । ପରେ ସେ Monkey-B ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଦୀର୍ଘଦିନ ଧରି ଚିକିତ୍ସିତ ହେବାପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ବର୍ତ୍ତମାନ ଚୀନ ଚିକିତ୍ସା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗତ ଏପ୍ରିଲ ମାସରେ ମୃତ ମାଙ୍କଡଙ୍କ ଶରୀରରୁ ନମୂନା ସଂଗ୍ରହ କରାଯାଇ ସେଗୁଡିକୁ ପରୀକ୍ଷା କରାଯାଉଥିଲା । ମୃତ ମାଙ୍କଡଙ୍କ ଠାରୁ ସେମାନେ ସ୍ବାବ୍‌, ପ୍ଲାଜ୍‌ମା, ବ୍ଲିଷ୍ଟର ଫ୍ଲୁଇଡ୍‌ ଏବଂ ରକ୍ତ ନମୂନା ସଂଗ୍ରହ କରିଥିଲେ । ବିଭିନ୍ନ ନମୂନା ସଂଗ୍ରହ କରିବା ପରେ ସେଗୁଡିକୁ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ ଜାତୀୟ ପ୍ରତିଷ୍ଠାନକୁ ପରୀକ୍ଷା ପାଇଁ ପଠାଯାଇଥିଲା । ନମୂନା ପରୀକ୍ଷାରୁ ମାଙ୍କଡମାନଙ୍କ ପରବର୍ତ୍ତୀ ପିଢି ପରିଚାଳନା କରିବା ପାଇଁ ସେମାନେ ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ସଂଗ୍ରହ କରିଥିଲେ । ତେବେ ନମୂନା ପରୀକ୍ଷା ପରେ ସିଡିସି ଚାଇନା ପକ୍ଷରୁ ପ୍ରାଣୀ ଚିକିତ୍ସକମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଥିଲା । ଏହାର କିଛି ଦିନ ମଧ୍ୟରେ ସେହି ପ୍ରାଣୀ ଚିକିତ୍ସକ ସଂକ୍ରମିତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ସାରା ବିଶ୍ବରେ ମହାମାରୀ କରୋନା ବିସ୍ତାର ପଛରେ ଚୀନର ଭୂମିକା ଥିଲା । ଚୀନର ଉହାନ୍‌ ସହରର ଏକ ଲ୍ୟାବରୁ ହିଁ କରୋନା ସଂକ୍ରମଣ ଭାଇରସ ସୃଷ୍ଟି ହୋଇଥିବା ନେଇ ବିଶେଷଜ୍ଞମାନେ ସ୍ପଷ୍ଟ କରିଥିଲେ । କିନ୍ତୁ ଚୀନ ଏହାକୁ ମାନିନଥିଲା । କରୋନା ଭାଇରସ ବାଦୁଡି ଶରୀରରୁ ଆସିଥିବା ଦେଇ ବିଶେଷଜ୍ଞମାନେ ଦାବି କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଏହା ସ୍ପଷ୍ଟ ହୋଇନଥିବା ବେଳେ ଏବେ Monkey-B ଭାଇରସ ଚିନ୍ତାର କାରଣ ପାଲିଟିଛି ।    

   Related Posts