ବାଂଲାଦେଶର ପ୍ରଥମ ହିନ୍ଦୁ ମୁଖ୍ୟ ବିଚାରପତିଙ୍କୁ ୧୧ ବର୍ଷ ଜେଲ , ଭ୍ରଷ୍ଟାଚାର ମାମଲାରେ ଥିଲେ ଜଡିତ

Published By : Prameya-News7 Bureau | November 10, 2021 IST

ଢାକା ୧୦/୧୧ : ବାଂଲାଦେଶର ଏକ ଅଦାଲତ ଟଙ୍କା ହେରଫେର ଓ ବିଶ୍ୱାସ ଭଙ୍ଗ ମାମଲାରେ ମଙ୍ଗଳବାର ଦିନ ପୂର୍ବ ଓ ପ୍ରଥମ ହିନ୍ଦୁ ବିଚାରପତି ସୁରେନ୍ଦ୍ର ସିହ୍ନାଙ୍କୁ ତାଙ୍କ ଅନୁପସ୍ଥିତିରେ ୧୧ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ଢାକାର ସ୍ୱତନ୍ତ୍ର ନ୍ୟାୟାଧୀଷ ମଜୂବୁଲ ଆଲାମ ପୂର୍ବ ବିଚାରପତିଙ୍କୁ ଟଙ୍କା ହେରଫେର ଅପରାଧରେ ୭ ବର୍ଷ ଓ ବିଶ୍ୱାସ ଭଙ୍ଗ ମାମଲାରେ ୪ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ।

ଦୁଇଟି ମାମଲା ଏକାସହ ଚାଲିବ। ୭୦ ବର୍ଷିୟ ସିହ୍ନା ଏବେ ଆମେରିକାରେ ଅଛନ୍ତି। ଅଦାଲତ ତାଙ୍କ ଫୈସଲାରେ କହିଛନ୍ତି ସିହ୍ନା ଟଙ୍କା ହେରଫେର ମାମଲାରେ ମୁଖ୍ୟ ଲାଭାର୍ଥି । ସିହ୍ନା ପଦ୍ମ ବ୍ୟାଙ୍କରୁ ୪,୭୦,୦୦୦ ଆମରିକିୟ ଡଲାର ଋଣ ନେଇ ଟଙ୍କା ହେରଫେର କରିଥିବାରୁ ତାଙ୍କୁ ୧୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଚାରି ବର୍ଷ ପୂର୍ବରୁ ବିଦେଶ ଯିବା ପାଇଁ ସିହ୍ନା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

wp:gallery {"ids":[541536],"linkTo":"none"} /wp:gallery

ସରକାର ତାଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ମଧ୍ୟ କରିଛନ୍ତି । ସିହ୍ନା ଜାନୁଆରି ୨୦୧୫ ରୁ ନଭେମ୍ବର ୨୦୧୭ ପର୍ଯ୍ୟନ୍ତ ଦେଶର ମୁଖ୍ୟ ବିଚାରପତି ଥିଲେ । ବାଂଲାଦେଶର ଅଗଣତାନ୍ତ୍ରିକ ଶାସନକୁ ବିରୋଧ କରିବାରୁ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିବା ସିହ୍ନା କହିଛନ୍ତି । ଏହି ମାମଲାରେ ଦଶ ଜଣଙ୍କ ମଧ୍ୟରୁ ମହମ୍ମଦ ଶାହାଜାଂ ଓ ନିରଞ୍ଜନ ଚନ୍ଦ୍ର ଶାହାଙ୍କୁ ନିର୍ଦୋଷ ସାବିତ କରାଯାଇଛି ।

ମାମଲାର ବୟାନ ଅନୁସାରେ ଅନ୍ୟ ଅଭିଯୁକ୍ତ ମାନେ ନକଲି ଦସ୍ତାବିଜ ଦ୍ୱାରା ୪,୭୦,୦୦୦ ଟଙ୍କା ଋଣ ନେଇଥିଲେ ଓ ଏହି ଟଙ୍କାକୁ ପେ ଅର୍ଡର ମାଧ୍ୟମରେ ସିହ୍ନାଙ୍କ ବେଙ୍କ ଏକାଉଣ୍ଟକୁ ପଠାଇଦେଇଥିଲେ। ତାପରେ ସିହ୍ନା ଏହି ଟଙ୍କା ଚେକ୍ ଓ ପେ ଅର୍ଡର ମାଧ୍ୟମରେ ଅନ୍ୟ ଏକାଉଣ୍ଟକୁ ପଠାଇଦେଇଥିଲେ। ଏହା ଭ୍ରଷ୍ଟାଚାର ପ୍ରତିରୋଧ ଅଧିନିୟମ ଓ ଟଙ୍କା ହେରଫେର ପ୍ରତିରୋଧ ଅଧିନିୟମରେ ଦଣ୍ଡନୀୟ ଅପରାଧ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.