Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ବ୍ଲାକ, ହ୍ବାଇଟ୍‌, ୟେଲୋ ଫଙ୍ଗସ୍ ପରେ ଏବେ ଆସିଲା ଗ୍ରୀନ୍‌ ଫଙ୍ଗସ୍‌ : ଦେଶର ଏହି ରାଜ୍ୟରେ ଚିହ୍ନଟ ହେଲେ ପ୍ରଥମ ଆକ୍ରାନ୍ତ

16/06/2021 at 4:39 PM

ନୂଆଦିଲ୍ଲୀ ୧୬/ ୦୬ : ବ୍ଲାକ ଫଙ୍ଗସ୍, ହ୍ବାଇଟ୍‌ ଫଙ୍ଗସ୍, ୟେଲୋ ଫଙ୍ଗସ୍‌ ପରେ ଏବେ ଗ୍ରୀନ୍‌ ଫଙ୍ଗସ୍‌ । ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କ ନିକଟରେ ଦେଖିବାକୁ ମିଳୁଛି ଏହି ମାରାତ୍ମକ ରୋଗ । ପ୍ରଥମେ ବ୍ଲାକ୍‌ ଫଙ୍ଗସ୍‌ ରୋଗ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କ ଶରୀରରେ ଦେଖିବାକୁ ମିଳିଥିଲା । ପରେ ହ୍ବାଇଟ ଫଙ୍ଗସ୍‌, ତାପରେ ୟେଲୋ ଫଙ୍ଗସ୍‌ ଏବଂ ଏବେ ଏହାର ନୂଆ ମ୍ୟୁଟେସନ ଗ୍ରୀନ ଫଙ୍ଗସ୍‌ ଦେଖିବାକୁ ମିଳିଛି ।

ମଧ୍ୟ ପ୍ରଦେଶର ଇନ୍ଦୋରରେ ପ୍ରଥମେ ବ୍ଲାକ୍‌ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ । ପରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା । ବର୍ତ୍ତମାନ ସୁଦ୍ଧା ଇନ୍ଦୋରରେ ୫୦୦ରୁ ଉର୍ଦ୍ଧ୍ବ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ଚିନ୍ତା ବଢାଇଛି ଗ୍ରୀନ ଫଙ୍ଗସ୍‌ । କରୋନାର ଦ୍ବିତୀୟ ଲହରରେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା ମଧ୍ୟ ପ୍ରଦେଶର ଇନ୍ଦୋର । କିନ୍ତୁ ବର୍ତ୍ତମାନ ଇନ୍ଦୋରରେ ଆଉ ଏକ ଫଙ୍ଗସ୍‌ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ଏବଂ ତାହା ହେଉଛି ଗ୍ରୀନ୍ ଫଙ୍ଗସ୍‌ ।
ଦେଶରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଗ୍ରୀନ୍ ଫଙ୍ଗସ୍‌ ଭାଇରସ । ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଡାକ୍ତର ଅପୂର୍ବା ତିଓ୍ବାରୀ କହିଛନ୍ତି, ଇନ୍ଦୋରର ଅରବିନ୍ଦ ହସ୍ପିଟାଲରେ ଜଣେ ରୋଗୀଙ୍କ ରିପୋର୍ଟ ହସ୍ତଗତ ହୋଇଥିଲା । ୩୪ ବର୍ଷୀୟ ବିଶାଲ ଶ୍ରୀଧର ନାମକ ଜଣେ ଯୁବକଙ୍କ ଗତ ଦେଢ ମାସ ହେଲା ଏହି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଫୁସଫୁସର ୯୦ ପ୍ରତିଶତ କାମ କରୁନଥିଲା । ଡାକ୍ତରମାନେ ତାଙ୍କର ଚିକିତ୍ସା ଜାରି ରଖିଥିଲେ । କିନ୍ତୁ ଯେତେବେଳେ ତାଙ୍କର ଫୁସଫୁସର ପରୀକ୍ଷଣ କରାଯାଇଥିଲା ସେଥିରେ ଗ୍ରୀନ ରଙ୍ଗର ଏକ ଫଙ୍ଗସ୍‌ ଦେଖିବାକୁ ମିଳିଥିଲା ।


ଏହାର ରଙ୍ଗ ସବୁଜ ହୋଇଥିବାରୁ ନାମ ରଖାଯାଇଛି ଗ୍ରୀନ ଫଙ୍ଗସ୍‌ । ଏହା ଦେଶର ପ୍ରଥମ ମାମଲା ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଫୁସଫୁସରୁ ଗ୍ରୀନ ଫଙ୍ଗସ୍‌ ମିଳିଛି । ତେବେ ଗୁରୁତର ଥିବା ଶ୍ରୀଧରଙ୍କୁ ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତର ରବି ଡୋଶୀ ଲଗାତାର ଭାବେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲର ବିଶେଷଜ୍ଞ ଟିଭ ସହିତ ଯୋଗାଯୋଗରେ ଅଛନ୍ତି । ଡାକ୍ତର ରବି ଡୋଶୀ କହିଛନ୍ତି ଉକ୍ତ ବ୍ୟକ୍ତିଙ୍କର ଗତ ୨ ମାସ ଧରି ଚିକିତ୍ସା ଜାରି ରହିଛି । ପ୍ରଥମେ କୋଭିଡରେ ଆକ୍ରାନ୍ତ ଥିବା ଶ୍ରୀଧରଙ୍କ ଚିକିତ୍ସା ଜାରି ରହିଥିଲା । ତାଙ୍କର ଫୁସଫୁସ ସଂକ୍ରମିତ କାରଣରୁ ତାଙ୍କୁ ଦୀର୍ଘଦିନ ଧରି ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । କିନ୍ତୁ ଏହା ପରେ ତାଙ୍କର ଫୁସଫୁସରେ ଗ୍ରୀନ ଫଙ୍ଗସ୍‌ ଚିହ୍ନଟ ହୋଇଥିଲା । ଏବେ ଶ୍ରୀଧରଙ୍କୁ ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି ।

   Related Posts