ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ପ୍ରଥମ ଗ୍ରାଜୁଏସନ୍ ଡେ’ ଆୟୋଜିତ

Published By : Prameya-News7 Bureau | August 21, 2019 IST

ଭୁବନେଶ୍ବର ୨୧|୮: ଡାକ୍ତରଙ୍କୁ ରୋଗୀମାନେ ଭଗବାନ ମାନନ୍ତି । ତେବେ ଯେତେବେଳେ ସେହି ରୋଗୀର ଚିକିତ୍ସା ସମୟରେ କିଛି ଅଘଟଣ ଘଟେ ତେବେ ସେହି ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଆକ୍ରମଣ କରିବାକୁ ପଛାନ୍ତି ନାହିଁ । ଏଭଳି ଘଟଣା ବର୍ତମାନ ସାରା ଭାରତରେ ବାରମ୍ବାର ଘଟିବାରେ ଲାଗିଛି । ଡାକ୍ତରୀ ପେସା ପାଇଁ ଏଭଳି ଘଟଣା ସବୁଠୁ ବଡ଼ ବିପଦ ସୃଷ୍ଟି କରିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର କୁଳପତି ପ୍ରଫେସର ବାନାର୍ଜୀ  ।

{"id":147124,"width":577,"height":453}

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍‌ର ପ୍ରଥମ ଗ୍ରାଜୁଏସନ୍ ଡେ’ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ବାନାର୍ଜୀ କହିଛନ୍ତି ଡାକ୍ତରଙ୍କୁ ସୁରକ୍ଷା ଦେବା ପାଇଁ ଆଇନ୍ ପ୍ରଣୟନ ହେବା ପରେ ଏସବୁ ସମସ୍ୟା ଦୂର ହୋଇପାରିବ । ରୋଗୀଙ୍କ ଚିକିତ୍ସା ସମୟରେ ଅନେକ ସମସ୍ୟା ଉପୁଜୁଥିବା ପରେିପ୍ରକ୍ଷୀରେ ମେଡିକାଲ୍ ରେକର୍ଡ ଗୁଡ଼ିକୁ ସଠିକ୍ ରଖିବା ଦ୍ୱାରା ହିଁ ଅପ୍ରୀତିକର ପରିସ୍ଥିତିକୁ ଏଡାଇ ହେବ । ଏଥିସହିତ ଡାକ୍ତରମାନେ ନିଜକୁ ସୁରକ୍ଷିତ ରଖିପାରିବେ ଏବଂ ରୋଗୀଙ୍କୁ ମଧ୍ୟ ସାହାଯ୍ୟ କରିପାରିବେ ବୋଲି ସେ କହିଥିଲେ । 

{"id":147125}

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ସୋଆ ବିଶ୍ୱବିଦ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଏବଂ ଏନ୍ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ରେ ପୂର୍ବାଂଚଳର ଏକ ନମ୍ବର ମେଡିକାଲ୍ କଲେଜର ମାନ୍ୟତା ପାଇଛି । ତେଣୁ ଏଭଳି ଅନୁଷ୍ଠାନର ଶିକ୍ଷା ଗ୍ରହଣ କରୁଥିବାରୁ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଫେସର ବାନାର୍ଜୀ । 

{"id":147126}

ଡାକ୍ତରୀ  ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ପାଇବା ସହିତ ଉତ୍କୃଷ୍ଟ ପ୍ରଶିକ୍ଷଣ ପାଇବାର ମଧ୍ୟ ଆବଶ୍ୟକତା ରହିଛି । ଏହା ଦ୍ୱାରା ହିଁ ସେମାନେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ପାରିବେ ବୋଲି କହିଛନ୍ତି ପ୍ରଫେସର ଅମିତ ବାନାର୍ଜୀ । ଡାକ୍ତରୀ  ଛାତ୍ରଛାତ୍ରୀମାନଙ୍କୁ ଠିକ୍ ଭାବେ ପ୍ରଶିକ୍ଷିତ କରାଇବା ସହ ତାଙ୍କ ମଧ୍ୟରେ କ’ଣ ଦୁର୍ବଳତା ରହିଛି ଏବଂ କ’ଣ ସମସ୍ୟା ରହୁଛି ତାକୁ ମଧ୍ୟ ଖୋଜି ବାହାର କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

{"id":147127,"width":577,"height":481}

ନ୍ୟାସ୍‌ନାଲ ମେଡିକାଲ୍ କମିଶନ ଦ୍ୱାରା ପ୍ରସ୍ତାବିତ ନ୍ୟାସନାଲ ଏକ୍ଜିଟ୍ ଟେଷ୍ଟ (ନେକ୍ସଟ) ଆଇଏମ୍ଏସ୍‌ର ଦ୍ୱିତୀୟ ବାର୍ଷିକ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ ହେବାର ସମ୍ଭାବନା ଅଛି । ଏହି ପରୀକ୍ଷା ହିଁ ଏକ ମେଡିକାଲ୍ କଲେଜର ଶିକ୍ଷାଦାନର ମାନ ନିରୂପଣ ନିମନ୍ତେ ମାଧ୍ୟମ ହୋଇପାରିବ । 

{"id":147128,"width":587,"height":448}

ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିପାରିବେ ଏବଂ ଏହାଦ୍ୱାରା ଆଇଏମ୍ଏସ୍ ଛାତ୍ରଛାତ୍ରୀମାନେ ମଧ୍ୟ ଜାତୀୟ ସ୍ତରରେ ଟପ୍ପର ହୋଇପାରିବେ ବୋଲି ସେ କହିଥିଲେ । 

{"id":147129,"width":578,"height":423}

ପ୍ରଥମ ଥର ପାଇଁ ଆୟୋଜିତ ଗ୍ରାଜୁଏସନ୍ ଡେ’ ଉତ୍ସବରେ  ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ୬ଷ୍ଠ ବ୍ୟାଚ୍ (୨୦୧୨-୨୦୧୭) ଏବଂ ୭ମ ବ୍ୟାଚ (୨୦୧୩-୨୦୧୮)ର ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । 

ଏହି ସ୍ୱତନ୍ତ୍ର ଉତ୍ସବରେ ପ୍ରଥମେ କନ୍‌ଭୋକେସନ୍ ଟିମ୍କୁ ପାଛୋଟି ଅଣାଯାଇଥିଲା । ଗ୍ରାଜୁଏସନ୍ ଡେ’ର ଥିମ୍ ରହିଥିଲା “ମେଡିସିନ୍ ଇଜ୍ ନାଇଦର ଇଜି ନର୍ ଡିଫିକଲ୍ଟ, ଇଟିଜ୍ ଆଇଦର୍ ମେଡ୍ ଇଜି ଅର୍ ମେଡ୍ ଡିଫିକଲ୍ଟ” ଅର୍ଥାତ୍ ଔଷଧ ସହଜ ନୁହେଁ କି କଷ୍ଟକର ନୁହେଁ, ଏହାକୁ ସହଜ ଓ କଷ୍ଟକର କରାଯାଇଥାଏ । 

ଆୟୋଜିତ କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ  ନିଜ ଅଭିଭାଷଣରେ ଡାକ୍ତରୀ ପାସ କରିଥିବା ଦୁଇଟି ବ୍ୟାଚର ଯଥାକ୍ରମେ ୧୦୦ ଏବଂ ୧୩୩ ଜଣ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଜଣେ ଭଲ ଡାକ୍ତର ହେବା ପାଇଁ ଶୃଙ୍ଖଳିତ ହେବା ସହ ନୈତିକତାକୁ ଗୁରୁତ୍ୱ ଦେବା ଉଚିତ୍ ବୋଲି କହିଥିଲେ । 

ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଫଳତା ପାଇବାକୁ ହେଲେ କ୍ଷମା ଦେବା ଏବଂ ଭୁଲିଯିବା ଭଳି ଦୁଇଟି ଶବ୍ଦକୁ ମନେ ରଖିବା ଉଚିତ୍ ବୋଲି କହିଥିଲେ । ସେହିପରି ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଆଡିସନାଲ୍ ଡିନ୍ ପ୍ରଫେସର ଅଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.