Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୬ଯୁବକ, ନ୍ୟାୟ ଦେବା ବଦଳରେ ଲଣ୍ଡା କରି ଗାଁରେ ବୁଲାଇଲା ପଞ୍ଚାୟତ

27/08/2019 at 10:05 AM

ଗୟା ୨୭|୮: ବିହାର ଗୟା ଜିଲ୍ଲା ମୋହନପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ନାବାଳିକାଙ୍କୁ ମା ନ୍ୟାୟ ପାଇଁ ପଞ୍ଚାୟତରେ ପହଞ୍ଚିଥିଲେ । ପଞ୍ଚାୟତରେ ନାବାଳିକାଙ୍କୁ ଦୋଷୀ ସାବ୍ୟସ୍ତ କରି ଲଣ୍ଡା କରି ଗାଁରେ ବୁଲାଯାଇଛି । ଘଟଣା ପ୍ରଘଟ ହେବା ପରେ ପୋଲିସ ପଞ୍ଚାୟତର ତିନି ଜଣ ସଦସ୍ୟଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ଗତ ୧୪ତାରିଖରେ ଘଟଣାଟି ଘଟିଥିଲା । ମୋହନପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଘରୁ କୌଣସି କାମରେ ବାହାରକୁ ଯିବାବେଳେ ତାଙ୍କୁ ଅଧାରାସ୍ତାରୁ କିଛି ଦୁର୍ବୃତ୍ତ କାର୍ ରେ କେଉଁଆଡେ ନେଇଯାଇଥିଲେ । ପରେ ପୀଡିତା ଅଭିଯୋଗ କରିଥିଲେ ଯେ, ତାଙ୍କୁ କାର୍ ରେ ଥିବା ୬ଜଣ ଗଣଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ କରିବା ପରେ ତାଙ୍କୁ ପଞ୍ଚାୟତ ଭବନର ଛାତ ଉପରେ ଛାଡି ପଳାଇଥିଲେ । ପୀଡିତା ବେହୋସ ଅବସ୍ଥାରେ ଥିଲେ । ତାପର ଦିନ କେହି ଜଣେ ଦେଖି ପରିବାରଲୋକଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ପରିବାରଲୋକ ସେଠାରୁ ତାଙ୍କୁ ଆଣିଥିଲେ । ପୀଡିତା ମହିଳା ଥାନାରେ ରବିବାର ଦିନ ଏନେଇ ଅଭିଯୋଗ କରିଛନ୍ତି । ପୀଡିତା ଜଣେ ଅଭିଯୁକ୍ତର ପରିଚୟ ପ୍ରକାଶ କରିଛନ୍ତି ।

ପୀଡିତାଙ୍କ ମା କହିଛନ୍ତି ଯେ, ସେ ନ୍ୟାୟ ପାଇଁ ଗତ ୨୧ ତାରିଖରେ ପଞ୍ଚାୟତର ଦ୍ବାରସ୍ଥ ହୋଇଥିଲେ । ପଞ୍ଚାୟତ ଲୋକ ପୀଡିତାଙ୍କୁ ଦୋଷୀ ସାବ୍ୟସ୍ତ୍ୟ କରି ତାଙ୍କକୁ ଲଣ୍ଡା କରି ଗାଁ ସାରା ବୁଲାଇଥିଲେ । ପଞ୍ଚାତରେ ତାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା ପୋଲିସ ଆଗରେ ଘଟଣା ସଂପରକ୍କରେ ପ୍ରକାଶ ନକରିବାକୁ ।

ପୀଡିତା କୌଣସି ପ୍ରକାରରେ ମହିଳା ଥାନାରେ ପହଞ୍ଚିଥିଲେ । ଥାନାରେ ଘଟଣା ସଂପର୍କରେ କହିଥିଲେ । ପୀଡିତାଙ୍କ ବୟାନ ଆଧାରରେ ଗଣ ଦୁଷ୍କର୍ମ ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ । ପୀଡିତାଙ୍କର ଡାକ୍ତରୀ ମାଇନା ପାଇଁ ପୋଲିସ ପଠାଇଦେଇଛି । ଘଟଣା ତଦନ୍ତ ଜାରି ରଖିଛି ପୋଲିସ ।

   Related Posts