ସେରୋମ୍ ଇନ୍‌ଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଥିବା ନିମୋନିଆ ଟୀକାକୁ DCGIର ଗ୍ରୀନ ସିଗ୍‌ନାଲ୍

Published By : Prameya-News7 Bureau | July 16, 2020 IST

ନୂଆଦିଲ୍ଲୀ ୧୬।୦୭: ଦେଶର ପ୍ରଥମ ଥର ପାଇଁ ପୁରା ସ୍ୱଦେଶୀ କୌଶଳରେ ନିର୍ମିତ ହୋଇଛି  ନିମୋନିଆ ଟୀକା । ଯାହାକୁ ଭାରତୀୟ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଅନୁମୋଦନ କରିଛି ।ବୁଧବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଟୀକା ପାଇଁ ବିଶେଷଜ୍ଞ କମିଟି (SEC) ସହାୟତାରେ DCGI ପୁଣେ ଭିତ୍ତିକ କମ୍ପାନୀ   ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା କରାଯାଇଥିବା କ୍ଲିନିକାଲ୍‌ ଟ୍ରାଏଲ୍‌ର  ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ସମୀକ୍ଷା କରିବା ପରେ ‘ନ୍ୟୁମୋକୋକଲ ପଲିସାକାରାଇଡ୍ କଞ୍ଜୁଗେଟ୍ ଟିକା' ବଜାରକୁ ଛାଡିବାକୁ ଅନୁମତି ଦିଆଯାଇଛି ।

ତେବେ ଭାରତରେ ନିଜସ୍ୱ ସ୍ୱଦେଶୀ ଜରିଆରେ ପ୍ରସ୍ତୁତ ହୋଇଥିବା ଏହି ଟୀକାକୁ  ଇଞ୍ଜେକ୍ସନ ସହାୟତାରେ ଦିଆଯିବ | ନିମୋନିଆକୁ ରୋଗକୁ ରୋକିବା ପାଇଁ ଏହି ଟିକା ବହୁଳ ଭାବରେ ବ୍ୟବହୃତ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଭାରତରେ ଟୀକାକରଣର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା କରିବା ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ DCGI ରୁ ଅନୁମୋଦନ ଲାଭ କରିଛି । ଗାମ୍ବିଆରେ ମଧ୍ୟ ଏହାର ଟ୍ରାଏଲ୍‌ କରାଯାଇଛି।

କମ୍ପାନୀ ପକ୍ଷରୁ ସମସ୍ତ ଟୀକାକରଣ ପରୀକ୍ଷଣ ପରେ ଟୀକା ତିଆରି ଏବଂ ବିକ୍ରୟ ପାଇଁ ଅନୁମତି ମାଗିଥିଲେ । ସେହିପରି ମନ୍ତ୍ରଣାଳୟ କହିଛି ଯେ,  ଟିକା ଉତ୍ପାଦନ ତଥା ବିକ୍ରୟ ପାଇଁ ସ୍ୱତନ୍ତ୍ର ବିଶେଷଜ୍ଞ କମିଟି ପରାମର୍ଶ ଦେଇଛି। ଏହାକୁ ଆଧାର କରି ଜୁଲାଇ ୧୪ ରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଅନୁମତି ଦିଆଗଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.