Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରେଙ୍ଗାଲି ଡ୍ୟାମ୍‌ରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

8/09/2019 at 11:04 AM

ଅନୁଗୋଳ ୮।୯:  ଅନୁଗୋଳ ରେଙ୍ଗାଲି ଡ୍ୟାମରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ସକାଳ ୯ଟା ୧୦ ମିନଟ୍ ରେ ୭ ନମ୍ବର ଗେଟକୁ ଖୋଲାଯାଇଛି। ବର୍ତ୍ତମାନ ଗେଟ୍ ଦେଇ ୨୦୪୨.୨୪ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଜଳ ଭଣ୍ଡାରକୁ 8୪୩.୨୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି।

ଗତକାଲି ଉପର ମୁଣ୍ଡରେ ୬୬.୪୦ମିଲିମିଟର ବର୍ଷା ହୋଇଥିଲା । ରେଙ୍ଗାଲି ଡ୍ୟାମ୍‌ର ଉଚ୍ଚତା ମୋଟ୍ ୧୨୩.୫୦ ମିଟର ଥିବାବେଳେ ଜଳସ୍ତର ୧୨୨.୭୫ମିଟର ରହିଛି । ତେଣୁ ବନ୍ୟା ଜଳ ଛଡା ଯାଇଛି।

   Related Posts