ଲୋକାର୍ପଣ ପରେ ଛାତ୍ରଛାତ୍ରୀଙ୍କୁ ନେଇ ଝାରସୁଗୁଡା ବିମାନ ବନ୍ଦରରୁ ରାୟପୁରକୁ ଉଡିଲା ପ୍ରଥମ ବିମାନ

Published By : Prameya-News7 Bureau | September 22, 2018 IST

ଝାରସୁଗୁଡା ୨୨|୯: ଲୋକାର୍ପଣ ପରେ ଝାରସୁଗୁଡା ବିମାନବନ୍ଦରରୁ ଉଡାଣ ଆରମ୍ଭ ହୋଇଛି । ୧୬ ଜଣ ଯାତ୍ରୀଙ୍କୁ ନେଇ ପ୍ରଥମ ବିମାନଟି ଉଡିଥିଲା ରାୟପୁରକୁ । ଯାତ୍ରୀଙ୍କ ମଧ୍ୟରେ ଥିଲେ ଜଣେ ଭିନ୍ନକ୍ଷମ ଛାତ୍ରୀ ଓ ୯ ଆଦିବାସୀ ଛାତ୍ରଛାତ୍ରୀ, ଯେଉଁମାନେ ଆଗରୁ କେବେ ବିମାନକୁ ପାଖରୁ ଦେଖିନଥିଲେ । ବୀରସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ପ୍ରଥମ ବିମାନ ଉଡିଛି ରାୟପୁରକୁ । ଯାତ୍ରୀଙ୍କ ଖୁସି କହିଲେ ନସରେ । କାରଣ, ପୂର୍ବରୁ କେବେବି ପାଖରୁ ବିମାନ ଦେଖିବାର ସୁଯୋଗ ମିଳିନଥିଲା । ଏବେ କିନ୍ତୁ ବିମାନରେ ଉଡିବାର ମଜା ନେଇଛନ୍ତି ପିଲାମାନେ । ଯାହା ସ୍ବପ୍ନରେ ସୁଦ୍ଧା ଭାବି ନଥିବେ । ଏହି ସୁଯୋଗ ସେମାନଙ୍କୁ ଦେଇଛି ଜିଲ୍ଲା ପ୍ରଶାସନ । ସରକାରୀ ଅର୍ଥରେ ଏମାନଙ୍କୁ ବିମାନ ଭ୍ରମଣର ସୁଯୋଗ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.