ବାଲେଶ୍ବର ଜିଲ୍ଲାର ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟା

Published By : Prameya-News7 Bureau | August 08, 2018 IST

ଜଳେଶ୍ବର ୮/୮: ଲଗାଣ ବର୍ଷ। ପ୍ରଭାବରେ ବାଲେଶ୍ବର ଜିଲ୍ଲାର ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟା ପରିସ୍ଥିତି ଦେଖାଦେଇଛି ।ଏହି ନଦୀରେ ଜଳସ୍ତର ବଢିବା ସହିତ କୂଳ ଲଂଘି ଗାଁ ଭିତରକୁ ପ୍ରବେଶ କରିଛି । ରାଜଘାଟଠାରେ ଏହା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ 10.36 ଥିବାବେଳେ ପାଣି 10.20ରେ ପ୍ରବାହିତ ହେଉଛି । ଏହା ଆହୁରି ବଢିବା ଆଶଙ୍କା ଦେଖାଦେଇଛି । ବାଲିଆପାଳ ବ୍ଲକର ପାଞ୍ଚଟି ପଞ୍ଚାୟତର 15 ରୁ ଉର୍ଦ୍ଧ୍ବ ଗାଁ ଜଳ ଘେରରେ ରହିଯାଇଛି। ଏହାର ପ୍ରଭାବରେ ବାଲିଆପାଳ ବ୍ଲକର ଅସ୍ତି, ବିଷ୍ଣୁପୁର, ଜାମକୁଣ୍ଡା, ବାଲିଆପାଳ, ମଧୁପୁରା ପ୍ରଭୃତି ପଞ୍ଚାୟତ ପ୍ରଭାବିତ ହୋଇଛି । ବର୍ଷ। ଫଳରେ ବନ୍ୟା ସାଧାରଣ ଲୋକଙ୍କ ଜନଜୀବନ କୁ ପ୍ରଭାବିତ କରିଛି । ଠିକ ସେହିପରି ଭୋଗରାଇ ବ୍ଲକର 15ରୁ ଉର୍ଦ୍ଧ୍ବ ଗାଁରେ ପାଣି ପଶିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.