Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||

ଭାରତରେ ଲଞ୍ଚ ହେଲା ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍, ଜାଣନ୍ତୁ ଏହାର ଫିଚର ଓ ଦାମ

29/08/2019 at 6:34 PM

ଇଲେକ୍ଟ୍ରିକ୍ ବାଇକ୍ ରିଭଲ୍ଟ ଆରଭି-୪୦୦ ଭାରତ ବଜାରରେ ଉପଲବ୍ଧ ହୋଇଛି। ଏହି ବାଇକ୍ ଦେଶର ପ୍ରଥମ ଏଆଇ ସକ୍ଷମ ଇଲେକ୍ଟ୍ରିକ ବାଇକ୍ ଯାହା ଦୁଇଟି ମଡେଲରେ ବିକ୍ରି ହେବ। ସ୍ୱତନ୍ତ୍ର ପୈଠ ଯୋଜନାରେ ଏହି ମୋଟରସାଇକେଲ ବିକ୍ରୟ କରାଯିବ। ଯାହାକୁ ଗ୍ରାହକ ଏକକାଳୀନ ଅଥବା ଇଏମଆଇରେ ପୈଠ କରି ଘରକୁ ନେଇ ପାରିବେ।

ରିଭୋଲ୍ଟ ଆରଭି-୪୦୦ରେ ୩ଟି ରାଇଡିଂ ମୋଡ  ରହିଛି। ଏଥିରେ ଗୋଟିଏ ଇକୋ ଡ୍ରାଇଭ ମୋଡ ଥିବା ବେଳେ ଅନ୍ୟ ୨ଟି ସିଟି ଓ ସ୍ପୋର୍ଟସ୍ ମୋଡ। ଇକୋ ମୋଡରେ ବାଇକ ରାଇଡିଂ କଲେ ଥରଟିଏ ଚାର୍ଜରେ ୧୫୬ କିଲୋମିଟର ଯାଇ ପାରିବ ବୋଲି ନିର୍ମାତା ଦାବି କରିଛନ୍ତି। ତେବେ ସିଟି ମୋଡରେ ଏହା ୮୦ରୁ ୯୦ କିଲୋମିଟର ରହୁଥିବା ବେଳେ ସ୍ପୋର୍ଟସ୍ ମୋଡରେ ରାସ୍ତାର ପରିସ୍ଥିତି ଉପରେ ଦୂରତା ନିର୍ଭର କରେ।

ଏଥିରେ ୩ହଜାର ୱାଟ୍ ର ମୋଟର ଥିବା ବେଳେ ମୋଟର ସାଇକେଲ ଚାଲିବା ବେଳେ ୧୭୦ ଏନଏମ୍ ଟର୍କ ବା ଘଣ୍ଟା ପ୍ରତି ୮୫ କିଲୋମିଟର ବେଗରେ ଗତି କରିପାରିବ। ଚାର୍ଜିଂ  ଲାଗି ଏଥିରେ ରହିଛି ଅନବୋର୍ଡ ଚାର୍ଜିଂ ପ୍ଲଗ। ଯେ କୌଣସି ୧୫ ଆମ୍ପିୟର ପାୱାର ସକେଟ୍ ରେ ଏହାର ଚାର୍ଜ କରାଯାଇ ପାରିବ। ମୋଟର ସାଇକେଲ ପୁରା ଚାର୍ଜିଂ ଲାଗି ୪ ଘଣ୍ଟାରୁ ବି କମ୍ ସମୟ ଲାଗୁଥିବା କମ୍ପାନୀ ଦାବି କରୁଛି।  ଅନ୍ୟ ଇଲେକ୍ଟ୍ରିକ୍ ମୋଟରସାଇକେଲ ତୁଳନାରେ ରିଭୋଲ୍ଟର ପାଣି ଅଟକାଇବା କ୍ଷମତା ଅଧିକ। ଯଦି ଆପଣ ଆରଭି -୩୦୦ କ୍ରୟ କରିବେ ଏଥିଲାଗି ଆପଣଙ୍କୁ ମାସିକ ଇଏମଆଇ ୨୯୯୯ ଟଙ୍କା ଦେବାକୁ ହେବ। ତେବେ ଫୋର ହଣ୍ଡ୍ରେଡ ମଡେଲ ଲାଗି ୩ ହଜାର ୯୯୯ ଟଙ୍କା ଦେବାକୁ ପଡିବ। ୩୭ ମାସିକ ସୁବିଧା କିସ୍ତିରେ ମୋଟରସାଇକେଲର ଆପଣ ମାଲିକ ହୋଇ ପାରିବେ।

   Related Posts