ସମଗ୍ର କାଶ୍ମୀର ଉପତ୍ୟକାରେ ସାମାନ୍ୟ ହେଉଛି ସ୍ଥିତି : ଇଦ୍ ପାଇଁ ଉତ୍ସବ ମୁଖର ସମ୍ପୂର୍ଣ୍ଣ ଘାଟି

Published By : Prameya-News7 Bureau | August 12, 2019 IST

 ଶ୍ରୀନଗର ୧୨/୮: ଇଦ୍ ପାଳନ ପାଇଁ ଉତ୍ସବ ମୁଖର ଭୂସ୍ବର୍ଗ। ୩୭୦ ଧାରା ଉଠିବା ପରେ ଧିରେ ଧିରେ ପରିସ୍ଥିତି ସାମାନ୍ୟ ହେବାରେ ଲାଗିଛି । ଆଜି ଇଦ୍  ଅବସରରେ ବିଭିନ୍ନ ମସଜିଦ୍ ରେ ନମାଜ ପାଠ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପର୍ବ ପାଳନକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ା ରହିବା ସତ୍ତ୍ବେ ଲୋକମାନେ ବଜାରରୁ ବିଭିନ୍ନ ଜିନିଷ କିଣାକିଣି କରିଛନ୍ତି । ସେହିପରି ଲୋକଙ୍କ ସୁବିଧା ପାଇଁ ଆଜି ଘାଟିରେ ବିଭିନ୍ନ ବ୍ୟାଙ୍କ, ଏଟିଏମ୍  ମଧ୍ୟ ଖୋଲା ରହିବ ବୋଲି ନିଷ୍ପତି ନିଆଯାଇଛି ।

{"id":143454,"width":559,"height":377}

ଘାଟିରେ ଲୋକେ ଯେପରି ସୁବିଧାରେ ଧୁମଧାମରେ ପର୍ବ ପାଳନ କରିବେ ସେଥି ପାଇଁ ପ୍ରାୟ ଅଢ଼େଇ ଲକ୍ଷ ଖାସିର ବ୍ୟବସ୍ଥା କରାଯାଇଛି । ଛେଳି ଛଡ଼ା କୁକୁଡା, ଅଣ୍ଡା ମଧ୍ୟ ଯେପରି ଆବଶ୍ୟକତା ମୁତାବକ ମିଳିବ ସେଥି ପ୍ରତି ମଧ୍ୟ ନଜର ରଖାଯାଇଛି । ଜରୁରୀ ଆବଶ୍ୟକ ସାମଗ୍ରୀ ଯେପରି ପରିବା, ଗ୍ୟାସ ସିଲିଣ୍ଡର ଆଦି ଯେମିତି ହାତ ପାହାନ୍ତାରେ ଲୋକଙ୍କୁ ମିଳିବ ସେଥି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖାଦ୍ୟ ପଦାର୍ଥର ଯେପରି କୌଣସି ପ୍ରକାର ଅଭାବ ନରହିବ ସେଥି ପାଇଁ ସରକାରୀ ଗୋଦାମ ଗୁଡ଼ିକରେ ମଧ୍ୟ ମାସ ମାସ ପାଇଁ ଖାଦ୍ୟ ପଦାର୍ଥ ଗଚ୍ଛିତ ରଖାଯାଇଛି ।

{"id":143455}

କଣ୍ଟ୍ରୋଲ ଦୋକାନ ଗୁଡ଼ିକୁ ମଧ୍ୟ ନିର୍ଦ୍ଧାରୀତ ସମୟରେ ଖୋଲିବା ପାଇଁ କୁହାଯାଇଛି । ଅନ୍ୟ ପଟେ ହଜ୍  ଯାତ୍ରାରେ ଯାଇଥିବା ଯାତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି । ୧୮ ତାରିଖରୁ  ଫେରିବାକୁ ଥିବା ଯାତ୍ରୀ ମାନେ ବିଦେଶରୁ ଫେରିବା ପରେ ସେମାନେ ଚାହୁଥିବା ସ୍ଥାନକୁ ଯେପରି ସୁବିଧାରେ ଯାଇ ପାରିବେ । ସେ ନେଇ ମଧ୍ୟ ସୁବିଧା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.