ହିସାରରେ ଆରମ୍ଭ ହେବ ଗଧ କ୍ଷୀରର ପ୍ରଥମ ଡାଏରୀ ଫାର୍ମ, ଲିଟର ପ୍ରତି ୭ ହଜାର ଟଙ୍କାରେ ହେବ ବ୍ରିକି

Published By : Prameya-News7 Bureau | September 08, 2020 IST

ଭଦୋଦରା ୦୮/୦୯: ଏବେ ସୁଦ୍ଧା ଗାଈ ତଥା ଛେଳି କ୍ଷୀରର ଡାଏରୀ ଫାର୍ମ ଥିବା ସମସ୍ତେ ଜାଣନ୍ତି। ଖୁବଶୀଘ୍ର ହରିଆଣା ହିସାରରେ ଗଧ କ୍ଷୀର ଡାଏରି ଫାର୍ମ ଖୋଲିବ। ପ୍ରଥମଥର ପାଇଁ ଦେଶରେ ଗଧ କ୍ଷୀର ବିକ୍ରି ହେବ। ଏହାର କ୍ଷୀର ଲିଟର ପ୍ରତି ୭ ହଜାର ଟଙ୍କାରେ ବିକ୍ରି ହେବ।

ଗଧ କ୍ଷୀର ଶରୀରର ଇମ୍ୟୁନସିଷ୍ଟମ ଠିକ ରଖିବାରେ ସାହାଯ୍ୟ କରେ। ଗଧ କ୍ଷୀରରେ ଅନେକ ବ୍ୟୁଟି ପ୍ରଡକ୍ଟ ମଧ୍ୟ ତିଆରି କରାଯାଏ। ପ୍ରାଚୀନ ଇଜିପ୍ଟର କ୍ଲିଓପାଟରାରେ ଗଧ କ୍ଷୀରରେ ସୁନ୍ଦର ଓ ଯୁବ ରହିବା ପାଇଁ ଗାଧାଉଥିବା କୁହାଯାଏ। ଜାତୀୟ ଅଶ୍ବ ଅନୁସନ୍ଧାନ କେନ୍ଦ୍ର (ଏନଆରସିଇ) ହିସାରରେ ଗଧ କ୍ଷୀର ଡାଏରୀ ଆରମ୍ଭ ହେବାକୁ ଯାଉଛି। ହିସାରରେ ହଲାରି ପ୍ରଜାତିର ଗଧ କ୍ଷୀର ଡାଏରୀ ଫାର୍ମ ଖୋଲିବ। ଏଥିପାଇଁ ୧୦ଟି ହଲାରି ପ୍ରଜାତିର ଗଧକୁ ପୂର୍ବରୁ ମଗାଯାଇଛି। ତେବେ ଏବେ ଏମାନଙ୍କର ବ୍ରିଡିଂ ଚାଲିଛି।

ହଲାରୀ ପ୍ରଜାତି ଗଧ କ୍ଷୀର ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଏହାର କ୍ଷୀର କ୍ୟାନସର, ମୋଟାପା, ଆଲର୍ଜି ଭଳି ରୋଗ ସହ ଲଢ଼ିବାରେ ସାହାଯ୍ୟ କରେ। ଏହି ପ୍ରଜାତି ଗୁଜରାଟରେ ଦେଖାଯାଆନ୍ତି।

{"id":326784,"sizeSlug":"large"}

କ୍ଷୀର ଅନେକ ସମୟରେ ଛୋଟ ପିଲାଙ୍କ ପାଇଁ ଆଲର୍ଜି ସୃଷ୍ଟି କରୁଥିବା ବେଳେ ଗଧ କ୍ଷୀରରେ ସେଭଳି କିଛି ସମସ୍ୟା ଦେଖା ଦିଏ ନାହିଁ। ଏହରାର କ୍ଷୀରରେ ଆଣ୍ଟି ଅକ୍ସଡାଂଟ୍ ଓ ଆଣ୍ଟି ଏଜିଙ୍ଗ ତତ୍ତ୍ବ ରହିଛି।

ଗଧର ବ୍ରିଡିଂ ପରେ ଖୁବଶୀଘ୍ର ଡାଏରୀ ଫାର୍ମ ଆରମ୍ଭ କରାଯିବ। ଗଧ କ୍ଷୀରକୁ ବଜାରରେ ଲିଟର ପ୍ରତି ୨୦୦୦ରୁ ୭୦୦୦ ଟଙ୍କା ମଧ୍ୟରେ ବ୍ରିକି କରାଯିବ। ଏଥିରେ ବ୍ୟୁଟି ପ୍ରଡକ୍ଟ ତିଆରି ହେଉଥିବାରୁ ଏହାର ଦାମ ମହଙ୍ଗା ହୋଇଥାଏ। ଗଧ କ୍ଷୀରରେ ସାବୁନ, ଜେଲ୍‌, ଲିପ୍ ବାମ୍, ବଡି ଲୋସନ୍ ଆଦି ତିଆରି କରାଯାଏ।

{"id":326787,"sizeSlug":"large"}

ଘୋଡାଠାରୁ ହଲାରି ଗଧର ଉଚ୍ଚତା କମ୍। ଏହା ଦେଖିବାକୁ ଧଳା ରଙ୍ଗର। ୨୦୦ରୁ ଅଧିକ ବର୍ଷ ଏମାନେ ହଲାରି ଇଲାକାରେ ଅଛନ୍ତି। ଜାମ ଶ୍ରୀ ହଲାରି ଜାଡଜେଙ୍କା ନାଁରୁ ହଲାରୀ ପ୍ରଜାତି ନାଁ ଆସିଛି। କୁହାଯାଏ ସେ ସୌରାଷ୍ଟ୍ର ହଲାର ଇଲାକାର ପ୍ରତିଷ୍ଠାତା ଶ୍ରୀ ରାଓ୍ବାଲଜି ଲଖାଜି ଜାଡେଜାଙ୍କ ନବମତମ ଜେଜେବାପା ଶ୍ରୀ ହଲାରି ଜାଡେଜା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.