ବେଆଇନ ଅନୁପ୍ରବେଶକାରୀଙ୍କ ଲାଗି କର୍ଣ୍ଣାଟକରେ ଖୋଲିଲା ଦେଶର ପ୍ରଥମ Detention center

Published By : Prameya-News7 Bureau | December 25, 2019 IST

ବେଙ୍ଗାଲୁରୁ ୨୫।୧୨ :  ଆସାମରେ ଜାତୀୟ ନାଗରିକ ରେଜିଷ୍ଟ୍ରାର(ଏନଆରସି) ଙ୍କ କାମ ସରିଛି। ତେବେ ଦେଶର ଅନ୍ୟକୌଣସି ରାଜ୍ୟରେ ଏପର୍ଯ୍ୟନ୍ତ ଏନଆରସି ହୋଇନଥିବା ବେଳେ କର୍ଣ୍ଣାଟକର ଅବୈଧ ଅନୁପ୍ରବେଶକାରୀଙ୍କ ଲାଗି ଖୋଲିଛି ଦେଶର ପ୍ରଥମ ଡିଟେନସନ ସେଣ୍ଟର। ସୋଣ୍ଡେକୋପା ଗାଁରେ ଖୋଲିଥିବା ଏହି କେନ୍ଦ୍ରରେ ଅବୈଧ ପ୍ରବାସୀ ନାଗରିକଙ୍କୁ ରଖାଯିବ। ସମାଜ କଲ୍ୟାଣ ବିଭାଗ ଅଧିକାରୀଙ୍କ ସୂଚନା ଅନୁସାରେ ଏଭଳି ଲୋକଙ୍କ ଲାଗି ଏଠାରେ ଅନେକ କୋଠରୀ ସହିତ ଗୋଟିଏ ରୋଷେଇ ଘର ଓ ଶୌଚାଳୟ ସମେତ ଅନ୍ୟ ଆନୁଷଙ୍ଗିକ ସୁବିଧା ରହିଛି।

{"id":202658,"sizeSlug":"large"}

ତେବେ ରାଜ୍ୟରେ ଏନଆରସି ହୋଇନଥିବା ବେଳେ ଡିଟେନସନ୍ ସେଣ୍ଟର ସ୍ଥାପନାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ତେବେ ରାଜ୍ୟ ଗୃହମନ୍ତ୍ରୀ ବାସବରାଜ ବୋମ୍ମଇ ଏହା ଡିଟେନସନ ସେଣ୍ଟର ନୁହେଁ ବୋଲି  କହିଛନ୍ତି।  ନାଗରିକତା ପ୍ରସଙ୍ଗରେ ରାଜ୍ୟରେ କାହାରିକୁ ଗରିଫ କରାଯିବାର କୌଣସି ଉଦ୍ଦେଶ୍ୟ ନାହିଁ କି କାହାରିକୁ ଏଠାରେ ଏଥିଯୋଗୁ ଅଟକ ରଖାଯିବ ନାହିଁ। ତେବେ ଏହି କେନ୍ଦ୍ର ସେହିମାନଙ୍କୁ ଆଖିଆଗରେ ରଖି କରାଯାଇଛି ଯେଉଁ ବିଦେଶୀନାଗରିକମାନେ ସେମାନଙ୍କ ଭିସା ଅବଧି ଶେଷ ହେବା ପରେ ବି ଦେଶଛାଡି ଯାଉନାହାନ୍ତି।

{"id":202659,"sizeSlug":"large"}

ଏଭଳି ନାଗରିକ ଏଠାରେ ଖାସ କରି ନିଶାକାରବାର ଓ ବେଆଇନ ଗତିବିଧି ନିୟନ୍ତ୍ରିତ କରିବା। ସେମାନଙ୍କ ଯୋଗୁ ରାଜ୍ୟର ଆଇନଶୃଙ୍ଖଳା ପ୍ରଭାବିତ ହୋଇଥିବା ମନ୍ତ୍ରୀ କହିଥିବା ବେଳେ ଏମାନଙ୍କ ମଧ୍ୟରେ ଅଧିକାଂଶ ଆଫ୍ରିକୀୟ ନାଗିରକ ଅଛନ୍ତି। ଏହି କେନ୍ଦ୍ର କେବଳ ସେମାନଙ୍କୁ ଧିର ଏଠାରେ ରଖିବା ଓ ସେମାନଙ୍କ ଦେଶକୁ ପୁଣି ପଠାଇବା ଲାଗି ବୋଲି ବୋମଇ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.