ବଢିଲା ଚିନ୍ତା : ଓଡିଶା​‌ରେ ପ୍ରଥମ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଚିହ୍ନଟ, ଭାରତରେ ସଂଖ୍ୟା ୪୮

Published By : Prameya-News7 Bureau | June 25, 2021 IST

ଭୁବନେଶ୍ବର ୨୫/ ୦୬ : ଓଡିଶାରେ ପ୍ରଥମ ଡେଲ୍ଟା‌ ପ୍ଲସ୍ ଭାରିଆଣ୍ଟ ଚିହ୍ନଟ । ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ୍ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ଓଡିଶାର ଦେବଗଡ ଜିଲ୍ଲାରେ ପ୍ରଥମ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହା ଛଡା ଦେଶରେ ବର୍ତ୍ତମାନ ସୁଦ୍ଧା ୪୮ଟି ଡେଲଟା ପ୍ଲସ୍ ରୋଗୀ ଚିହ୍ନଟ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୨୦ ଜଣ ଚିହ୍ନଟ ହୋଇଥିବା​‌ ବେଳେ, ମଧ୍ୟ ପ୍ରଦେଶରେ ୭, ତାମିଲନାଡୁରେ ୯, କେରଳ ୩, ପଞ୍ଜାବ ୨, ଗୁଜରାଟ ୨, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ୧, ଜାମ୍ମୁ ୧ ଏବଂ କର୍ଣ୍ଣାଟକରେ ୧ଟି ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇସାରିଲେଣି । ତେବେ ବର୍ତ୍ତମାନ ଓଡିଶାରେ ଡେଲଟା ପ୍ଲସ ଭ୍ୟାରିଆଣ୍ଟ ଥିବା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି ।

{"id":471207,"sizeSlug":"large","linkDestination":"none"}

ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମୁଥିବା ବେଳେ ଡେଲଟା ଭ୍ୟରିଆଣ୍ଟ ଚିନ୍ତା ବଢାଇଥିଲା । ତେବେ ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଭାରତରେ ଭୟଙ୍କର ହେବାରେ ଲାଗିଛି କୋଭିଡର ଡେଲଟା ପ୍ଲସ ଭ୍ୟାରିଆଣ୍ଟ । ଦେଶରେ ବର୍ତ୍ତମାନ ସୁଦ୍ଧା ୪୮ ଜଣ ଡେଲଟା ପ୍ଳସ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଓଡିଶାରେ ଜଣେ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.