Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମହାରାଷ୍ଟ୍ରରେ ଡେଲଟା ପ୍ଲସ୍ ଭାରିଏଣ୍ଟରୁ ପ୍ରଥମ ମୃତ୍ୟୁ: ସ୍ପଷ୍ଟ କଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ

25/06/2021 at 4:12 PM

ମୁମ୍ବାଇ ୨୫/୦୬ : ଶୁକ୍ରବାର ଦିନ ମହାରାଷ୍ଟ୍ରରେ କରୋନାର ଡେଲଟା ପ୍ଲସ୍ ଭାରିଏଣ୍ଟରେ ସଂକ୍ରମିତ ପ୍ରଥମ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଏନେଇ ସ୍ପଷ୍ଟ କରିଛନ୍ତି। ଟୋପେ ଗଣମାଧ୍ୟମକୁ କହିଛନ୍ତି ଯେ ମହାରାଷ୍ଟ୍ରର ଡେଲଟା ପ୍ଲସ ଭାରିଏଣ୍ଟର ୨୧ ରୋଗୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ବୟସ ୮୦ ବର୍ଷ ଥିଲା ଏବଂ ସେ ଅନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ। ମହାରାଷ୍ଟ୍ର ରତ୍ନାଗିରିରେ ଡେଲଟା ଭାରିଏଣ୍ଟର ୯, ଜାଲଗାଓଁରେ ୭, ମୁମ୍ବାଇରେ ଦୁଇ ଓ ପାଲଘର, ଥାନେ ଏବଂ ସିନ୍ଧୁଦୁର୍ଗ ଜିଲ୍ଲାରେ ଗୋଟିଏ ଲେଖାଏଁ ମାମଲା ରହିଛି।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଗତ ସପ୍ତାହରେ ଏକ ଉପସ୍ଥାପନା କରିଥିଲା ଯେଉଁଥିରେ କୁହାଯାଇଥିଲା ଯେ ସଂକ୍ରମଣର ନୂଆ ରୂପ ‘ଡେଲଟା ପ୍ଲସ୍’ ରାଜ୍ୟରେ କୋଭିଡର ତୃତୀୟ ଲହରର କାରଣ ହୋଇପାରେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ରାଜ୍ୟ କୋଭିଡ-୧୯ ଟାସ୍କଫୋର୍ସର ସଦସ୍ୟ ତଥା ସ୍ୱାସ୍ଥ୍ୟ ବିଭାଗର ସଦସ୍ୟମାନେ ଏହି ବୈଠକରେ ଯୋଗ ଦେଇଥିଲେ।

ଏହି ନୂଆ ସ୍ୱରୂପ ‘ଡେଲଟା ପ୍ଲସ୍’ ଭାରତରେ ସର୍ବ ପ୍ରଥମେ ଚିହ୍ନଟ ହୋଇଥିବା ‘ଡେଲଟା’ ବା ‘B.1.617.2’ ସ୍ୱରୂପରେ ‘ମ୍ୟୁଟେସନ୍’ ଦ୍ୱାରା ସୃଷ୍ଟି ହୋଇଥିଲା। ଭାରତରେ ଦ୍ୱିତୀୟ ଲହରର କାରଣ ମଧ୍ୟ ଡେଲଟା ଭାରିଏଣ୍ଟ ଥିଲା।

ଗୁରୁବାର ଦିନ ମହାରାଷ୍ଟ୍ରରେ ୯୮୪୪ ନୂଆ ମାମଲା ସାମ୍ନାକୁ ଆସିଛି। ଏହାସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ଲକ୍ଷରୁ ଅଧିକ ହୋଇଥିବାବେଳେ ୧୯୭ ଜଣଙ୍କର ମୃତ୍ୟୁ ହଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଏକ ବୟାନ ଜାରି କରି କହିଛି ଯେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୦ ଲକ୍ଷ ୭ ହଜାର ୪୩୧କୁ ବୃଦ୍ଧି ପାଇଛି। ଏଥିରେ କୁହାଯାଇଛି ଯେ ୧୯୭ ଜଣଙ୍କ ମୃତ୍ୟୁ ସହ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୧୯ ହଜାର ୮୫୯ରେ ପହଞ୍ଚିଛି।

   Related Posts