ଆଜିଠାରୁ ଅନ୍‌ଲକ୍‌ ୩.୦: ଜାଣନ୍ତୁ କ'ଣ ରହିଛି ନୂଆ ଗାଇଡ୍‌ଲାଇନ୍‌

Published By : Prameya-News7 Bureau | August 01, 2020 IST

ନୂଆଦିଲ୍ଲୀ ୦୧।୦୮: କେନ୍ଦ୍ର ସରକାରଙ୍କ ଅନଲକ୍ ୩ର ଆଜି ପ୍ରଥମ ଦିନ । ଅନଲକ ୩ରେ କଣ୍ଟେନମେଣ୍ଟ୍ ଜୋନ୍ ବାହାରେ ଆଉ କିଛି ଗତିବିଧିକୁ ଅନୁମତି ମିଳିଛି । ତେବେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ କଣ୍ଟେନମେଣ୍ଟ୍ ଜୋନରେ କଠୋର ଲକଡାଉନ୍ ଲାଗୁ ରହିବ । ଅର୍ଥାତ ଅନଲକ୍-୩ରେ କଣ୍ଟେନମେଣ୍ଟ୍ ଜୋନକୁ କୌଣସି ରିହାତି ମିଳିବ ନାହିଁ ।

ଅନଲକ୍ ୩ରେ ସିନେମା ହଲକୁ ଖୋଲିବାକୁ ଅନୁମତି ମିଳିନାହିଁ । ତେବେ ଜିମ୍  ଓ ଯୋଗ ଶିକ୍ଷାକେନ୍ଦ୍ର ଖୋଲିବାକୁ କେନ୍ଦ୍ରସରକାର ଅନୁମତି ଦେଇଛନ୍ତି । ଅଗଷ୍ଟ ୫ ତାରିଖରୁ ଜିମ୍ ଓ ଯୋଗ କେନ୍ଦ୍ର ଖୋଲା ଯାଇପାରିବ । ତେବେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଏସଓପିକୁ ଅନୁସରଣ କରିବାକୁ ପଡିବ ।  ଅନଲକ ୩ କ୍ରମରେ ରାତ୍ରୀକାଳିନ କର୍ଫ୍ୟୁ ଉଠାଇ ଦିଆଯାଇଛି ।

ତେବେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଭଳି ପୁରୁଣା ନିୟମ ଜାରି ରହିଛି । ଅନଲକ୍-୩ରେ ମେଟ୍ରୋ, ଟ୍ରେନ୍ ଓ ସିନେମା ଅନଲକ୍ ୩ କାଳରେ ଖୋଲିବ ନାହିଁ। ଧାର୍ମୀୟ ଆୟୋଜନକୁ ଅନୁମତି ମିଳି ନାହିଁ । ସ୍କୁଲ,କଲେଜ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସିନେମା ହଲ୍,ସୁଇମିଂ ପୁଲ୍, ମନୋରଂଜନ ପାର୍କ, ବାର ମଧ୍ୟ ଖୋଲିବ ନାହିଁ। ମେଟ୍ରୋ ରେଳ ସେବା ଆରମ୍ଭ ହେବ ନାହିଁ । ରାଜନୈତିକ ଦଳ ରାଲି କିମ୍ବା ସଭା କରିପାରିବେ ନାହିଁ। ଧର୍ମୀୟ ଆୟୋଜନକୁ ମଧ୍ୟ ଅନୁମତି ନାହିଁ। ସ୍ୱାଧିନତା ଦିବସ ସାମାଜିକ ଦୂରତା ନିୟମକୁ ମାନି ପାଳନ କରାଯିବ।

ଅନ୍ୟପକ୍ଷରେ କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଡ଼ାକଡ଼ି ଭାବେ ଲାଗୁ ହେବ। ରାଜ୍ୟ ସରକାର ଗୁରୁତ୍ୱର ସହ ବିଚାର କରି କଣ୍ଟେନମେଣ୍ଟ ଜୋନ୍‌ ନିର୍ଦ୍ଧାରଣ କରିବେ। କେବଳ ଜରୁରି ସେବାକୁ ଅନୁମତି ଦେବାକୁ କୁହାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକଠାରୁ ହାସଲ କରାଯାଇଥିବା ମତାମତ ଆଧାରରେ ଅନ୍‌ଲକ୍‌ ୩.୦ ମାର୍ଗଦର୍ଶିକା ଜାରି କରାଯାଇଛି। ସମ୍ପୃକ୍ତ ମନ୍ତ୍ରାଳୟ ଏବଂ ବିଭାଗଗୁଡ଼ିକ ସହ ମଧ୍ୟ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.