ବଙ୍ଗୋପ ସାଗରରେ ବର୍ଷର ପ୍ରଥମ ଲଘୁଚାପ : ଅନେକ ରାଜ୍ୟରେ ବର୍ଷା ସମ୍ଭାବନା

Published By : Prameya-News7 Bureau | April 27, 2020 IST

ନୂଆଦିଲ୍ଲୀ ୨୭/୦୪ : ପାଣିପାଗ ପୂର୍ବାନୁମାନ କରୁଥିବା ଘରୋଇ କମ୍ପାନୀ ସ୍କାଇମେଟ ୱେଦର ୨୦୨୦ ର ପ୍ରଥମ ବାତ୍ୟା ବଙ୍ଗୋପ ସାଗରରେ ହେବାକୁଥିବା ନେଇ ଅନୁମାନ କରିଛନ୍ତି | ସ୍କାଇମେଟ ଅନୁଯାୟୀ, ଆଣ୍ଡାମାନ ସାଗରରେ ଏପ୍ରିଲ ୨୭ ତାରିଖରେ ଏକ ଘୁର୍ଣ୍ଣିଝଡ ହେବାର ସମ୍ଭାବନା ରହିଛି | ୨୯ ତାରିଖରେ ଏହା ଲଘୁଚାପର ରୂପ ନେଇ ୩୦ ତାରିଖରେ ଦୀପ ଡିପ୍ରେସନରେ ପରିଣତ ହେବ | ଏହାପରେ ମେ ୧ ତାରିଖରେ ଆଣ୍ଡାମାନର ଉତ୍ତର ଭାଗରେ ଚକ୍ରବାତ ସୃଷ୍ଟି କରିପାରେ |


ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଜାମ୍ମୁ କାଶ୍ମୀର ଲଦାଖ, ଦିଲ୍ଲୀ ପଞ୍ଜାବ, ଉତ୍ତର ପ୍ରଦେଶ, କେରଳ, ତାମିଲନାଡୁ, ଦକ୍ଷିଣ କର୍ଣ୍ଣାଟକରେ ହାଲୁକା ମଧ୍ୟମ ଧରଣର ଝଡ ବର୍ଷାର ହେବାର ସମ୍ଭାବନା ରହିଛି ବୋଲି ସ୍କାଇମେଟ ପୂର୍ବାନୁମାନ କରିଛି | ଅନେକ ରାଜ୍ୟରେ ଝଡତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.