Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

+୩ରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ୧ମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

9/09/2021 at 9:31 AM

ଭୁବନେଶ୍ୱର ୦୯।୦୯: ଯୁକ୍ତ ୩ ତଥା ସ୍ନାତକ କଲେଜଗୁଡ଼ିକରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତଥା ମେଧା ତାଲିକା। ପୂର୍ବାହ୍ନ ୧୧ଟାରେ ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅପରାହ୍ ଣ ୨ଟାରୁ ୧୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଅନ୍ ଲାଇନ୍ ରେ ନାମଲେଖା ଫି’ ଦାଖଲ କରିପାରିବେ।

ତେବେ ଆସନ୍ତା ୧୩ରୁ  ୧୬ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ଆଲର୍ଟ ହୋଇଥିବା କଲେଜରେ ରିପୋର୍ଟିଂ କରି ନାମ ଲେଖାଇବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ନାମଲେଖା ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜଗୁଡ଼ିକ ପାଇଁ ନିୟମାବଳୀ ଜାରି ହୋଇଛି। ନାମଲେଖା ପାଇଁ ସାମ୍ ସ ଲ୍ୟାବ୍ , ଇଣ୍ଟରନେଟ୍ , ପ୍ରିଣ୍ଟର, କମ୍ପ୍ୟୁଟର ଆଦି ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ନାମଲେଖା ବେଳେ ପ୍ରାର୍ଥୀଙ୍କ ଉପସ୍ଥାନ ଖାତା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ରିପୋର୍ଟିଂ ସମୟରେ ଉପସ୍ଥିତ ଥିବା ପ୍ରାର୍ଥୀ ଯେପରି ଉପସ୍ଥାନ ଖାତାରେ ଦସ୍ତଖତ କରିବେ, ସେନେଇ ଆଡମିସନ୍ ଟିମ୍ ସୁନିଶ୍ଚତ କରାଇବେ।

   Related Posts