ପ୍ରେମ ଜାଲରେ ଫସାଇ ଯୁବତୀକୁ ଦେହବେପାରରେ କରୁଥିଲେ ଲିପ୍ତ , ଚଢ଼ାଦାମରେ ଦଲାଲଙ୍କୁ ବି କରିଦେଉଥିଲେ ବିକ୍ରି

Published By : Prameya-News7 Bureau | March 20, 2019 IST

ରାଜସ୍ଥାନ ୨୦/୩- ପ୍ରଥମେ ଯୁବତୀଙ୍କୁ ପ୍ରମଜାଲରେ ଫସାଉଥିଲେ । ତା ପରେ ବିବାହ କରିବାକୁ କହି ରଖୁଥିଲେ ଶାରୀରିକ ସଂପର୍କ । ନିଜର ଓରମାନ ମେଣ୍ଟିଗଲା ପରେ ସେମାନଙ୍କୁ ଲଗାଉଥିଲେ ଦେହବ୍ୟବସାୟରେ । ଏହି ରାକେଟ ସହିତ ସାମିଲ ଥିବା ୫ଜଣ ଅପରାଧିଙ୍କୁ ଗିରଫ କରିଛି ପୋଲିସ ।

ରାଜସ୍ଥାନର ଆଦିବାସୀ ଅଂଚଳରେ ଏହି ରାକେଟ କାମ କରୁଥିବା ପୋଲିସ ନଜରକୁ ଆସିଥିଲା । ପୋଲିସ ଏହି ରାକେଟକୁ ଧରିବା ପାଇଁ ଜାଲ ବିଛାଇଥିଲା । ଏହି ରାକେଟରେ ସାମିଲଥିବା ଯୁବକମାନେ ପ୍ରଥମେ ଆଦିବାସୀ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ତା ପରେ ସେମାନେ ତାଙ୍କ ସହ ରଖୁଥିଲେ ଶାରୀରିକ ସଂପର୍କ । ୨୦୦/୩୦୦ ଟଂକାରେ ସେମାନେ ଦେହ ବ୍ୟବସାୟରେ ବି ଲଗାଉଥିଲେ । କିଛିଦିନ ପରେ ଦଲାଲ ହାତରେ ବି ଲକ୍ଷେ କି ଦେଢ଼ଲକ୍ଷ ଟଂକାରେ ବି ବିକ୍ରି କରିଦେଉଥିଲେ ।

ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାସହ ସଂପୃକ୍ତଥିବା ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଖୋଜୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.