କରୋନା ଟେଷ୍ଟ କର, ନଚେତ ମାଲଗୋଦାମରେ କାମ କରିବା ମନା

Published By : Prameya-News7 Bureau | July 30, 2020 IST

କଟକ, ୩୦|୦୭: କଟକ ମାଲଗୋଦାମ ବେହେରା ସାହିରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଛି ମାଲଗୋଦାମ ବ୍ୟବସାୟୀ ସଂଘ । ବେହେରା ସାହି ବାସିନ୍ଦା କଟକ ମହାନଗରର ନିଗମକୁ କୋଭିଡ ପରୀକ୍ଷା ନିମନ୍ତେ ସହଯୋଗ କରୁନଥିବା କହିଛି ସଂଘ ।

ବ୍ୟବସାୟୀ ସଂଘ କହିଛି, ଯେ ପର୍ଯ୍ୟନ୍ତ ବେହେରା ସାହି ବାସିନ୍ଦାଙ୍କର କୋଭିଡ ଟେଷ୍ଟ ନ କରାଯାଇଛି ସେ ପର୍ଯ୍ୟନ୍ତ ସାହିର କୌଣସି ଲୋକ ମାଲଗୋଦାମରେ କାମ କରିପାରିବେ ନାହିଁ । ଟେଷ୍ଟ୍ ନକଲେ ସେମାନେ କାର୍ଯ୍ୟ କରିବା ଅନୁଚିତ । ଏନେଇ ସ୍ପଷ୍ଟ ଭାବେ କହିଛି ମାଲଗୋଦାମ ବ୍ୟବସାୟୀ ସଂଘ ।

ଏହା ବ୍ୟତୀତ ଆସନ୍ତା ରବିବାର ସୁଦ୍ଧା ଯଦି ବେହେରା ସାହି ବାସିନ୍ଦା ସମସ୍ତଙ୍କର କରୋନା ଟେଷ୍ଟ କରା ନ ଯାଏ ତେବେ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ମାଲଗୋଦାମକୁ ବନ୍ଦ କରାଯିବ । ଏନେଇ ମାଲଗୋଦାମ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିବା କହିଛନ୍ତି ସଂଘର ସାଧାରଣ ସମ୍ପାଦକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.