Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଦିଲ୍ଲୀରେ ପୁଣି କରୋନା ମୃତ୍ୟୁ, ୩୩ ନୂଆ ସଂକ୍ରମିତ ଚିହ୍ନଟ

17/09/2021 at 5:57 PM

ନୂଆଦିଲ୍ଲୀ ୧୭।୯: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ସଂକ୍ରମଣର ୩୩ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରୁ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ସକାଳ ୮ଟାରେ ଜାରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। କରୋନା ଦ୍ୱିତୀୟ ଲହର ଦିଲ୍ଲୀରେ ପ୍ରସମିତ ହେବାର ଦୀର୍ଘ ସମୟ ପରେ ଏହା ପ୍ରଥମ ମୃତ୍ୟୁ। ଏପର୍ଯ୍ୟନ୍ତ କେବଳ ନୂଆ ସଂକ୍ରମିତଙ୍କ ତଥ୍ୟ ହସ୍ତଗତ ହେଉଥିଲା।  

କରୋନା ଦ୍ୱିତୀୟ ଲହର ଦିଲ୍ଲୀରେ ଭୀଷଣ ପ୍ରକୋପ କରିଥିଲା। ମାର୍ଚ୍ଚ ଶେଷ ଓ ଏପ୍ରିଲ ମଝି ସପ୍ତାହ ବେଳକୁ ଜାତୀୟ ରାଜଧାନୀରେ ଦୈନିକ ସଂକ୍ରମଣ ହାର ସାଙ୍ଗକୁ ମୃତ୍ୟୁ ହାର ମଧ୍ୟ ବଢିବଢି ଚାଲିଥିଲା। ଯାହା ମେ ୨୯ ତାରିଖ ବେଳକୁ ସାମାନ୍ୟ ଆଶ୍ୱସ୍ତିଜନକ ସ୍ଥିତିକୁ ଫେରିଥିଲା। ଯେତେବେଳେ ଦୈନିକ ସଂକ୍ରମଣ ହାର ୧୦୦୦ରୁ ତଳକୁ ଖସିଥିଲା। ରାଜଧାନୀ ଦିଲ୍ଲୀରେ ଦ୍ୱିତୀୟ ଲହର ପ୍ରସମିତ ହେବାର ଦୀର୍ଘ ସପ୍ତାହ ପର୍ଯ୍ୟନ୍ତ ଜଣେ ବି ସଂକ୍ରମିତ ମିଳି ନଥିଲେ। ତେବେ ପୁଣି ଧିରେ ଧିରେ ସଂକ୍ରମଣ  ବଢ଼ିବାରେ ଲାଗିଲାଣି।

ଏବେ ଦିଲ୍ଲୀରେ ସଂକ୍ରମଣ ହାର ୦.୦୪ ପ୍ରତିଶତ। ଏଥିରେ ସାରା ଦେଶରେ ୩୪ ହଜାର ୪୦୩ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚିତ କରିଛନ୍ତି।  ଏଥିରେ ୩୩୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କରୋନାରୁ ଚିକିତ୍ସିତ ହୋଇ ଗତ ୨୪ ଘଣ୍ଟାରେ ୩ ହଜାର ୮୬୭ ଜଣ ସୁସ୍ଥ ହୋଇଥିବା ଏହି ସୂଚନାରେ କୁହାଯାଇଛି। ଫଳରେ ଜାତୀୟ ସୁସ୍ଥତା ହାର ୯୭.୬୪ ପ୍ରତିଶତକୁ ପହଞ୍ଚିଛି। ଦେଶରେ ଏବେ ସାପ୍ତାହିକ ସଂକ୍ରମଣ ହାର ୧.୯୭ ପ୍ରତିଶତ ରହିଛି। ଯାହା ଗତ ୮୪ ଦିନ ପୂର୍ବେ ଜାରି ତଥ୍ୟ ତୁଳନାରେ ୩ ପ୍ରତିଶତ କମ ବୋଲି କୁହାଯାଇଛି।  

   Related Posts