ଦୁନିଆର ସବୁଠାରୁ ଉଚ୍ଚ ପର୍ବତଶୃଙ୍ଗରେ ପହଞ୍ଚିଲା କରୋନା: ମାଉଣ୍ଟ ଏଭେରେଷ୍ଟରେ ପ୍ରଥମ ମାମଲା

Published By : Prameya-News7 Bureau | April 23, 2021 IST

ନୂଆଦିଲ୍ଲୀ ୨୩/୦୪ : ପର୍ବତାରୋହୀ ଏଲେଣ୍ଡ ନେଷ୍ଟ କହିଛନ୍ତି ଯେ ୧୫ ତାରିଖରେ ତାଙ୍କର କରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଛି। ଗୁରୁବାର ଦିନ ତାଙ୍କର ନମୁନା ଯାଞ୍ଚ ହୋଇଥିଲା। ବର୍ତ୍ତମାନ ସେ ନେପାଳର ଏକ ସ୍ଥାନୀୟ ପରିବାର ସହ ଅଛନ୍ତି ବୋଲି କହିଛନ୍ତି। ମାମଲାକୁ ନେଇ ଅନୁଭବୀ ଗାଇଡ଼ ଅଷ୍ଟ୍ରେୟନ ଲୁକାସ ଏହାକୁ ସଙ୍କଟର ପ୍ରତୀକ ବୋଲି କହି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ସମସ୍ତଙ୍କ ଯାଞ୍ଚ କରାଯାଇ ତତ୍କାଳ ପଦକ୍ଷେପ ନ ନିଆଯାଏ ତାହେଲେ ଶିବିରରେ ଉପସ୍ଥିତ ହଜାର ହଜାର ପର୍ବତାରୋହୀ ସଂକ୍ରମିତ ହୋଇପାରନ୍ତି।

ଏହିଭଳି ସ୍ଥିତିରେ ଶିବିରରେ ସମସ୍ତଙ୍କର ଯାଞ୍ଚ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି। ଯଦି ସଂକ୍ରମଣ ବ୍ୟାପେ ତାହେଲେ ପର୍ବତାରୋହଣ ସମୟ ଅର୍ଥାତ ମେ' ମାସ ପୂର୍ବରୁ ପର୍ବତାରୋହଣ ବନ୍ଦ କରିଦିଆଯିବ। ସଂକ୍ରମଣ ବ୍ୟାପିବାରେ ରୋକିବାକୁ ସମସ୍ତ ପର୍ବତାରୋହୀ ଦଳଙ୍କୁ ଅଲଗା ଅଲଗା ରଖାଯିବା ଉଚିତ ବୋଲି ସେ କହିଛନ୍ତି। ଏହି ଘାତକ ସମୟରେ ତତ୍କାଳ ପଦକ୍ଷେପ ନିହାତି ଆବଶ୍ୟକ, ନଚେତ ବହୁତ ଡେରି ହୋଇଯିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.